ଏହି ରାସ୍ତା ଉପରେ ପ୍ରାୟ ପନ୍ଦର ଖଣ୍ଡ ଗାଁ ଲୋକେ ନିର୍ଭର କରୁଛନ୍ତି । ବ୍ଲକ କାର୍ଯ୍ୟ, ସ୍କୁଲ କଲେଜ କିମ୍ବା ହାଟ ବଜାର ଯିବା ପାଇଁ ଲୋକେ ଏହି ରାସ୍ତାରେ ଯାତାୟତ କରିଥାନ୍ତି । କିନ୍ତୁ ଅସରାଏ ବର୍ଷାରେ ସ୍ଥିତି ବେହାଲ ହୋଇଯା । ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡ଼େ । ଏପରିକି ବର୍ଷାଦିନେ ଜରୁରୀ ସମୟରେ ଗାଁରେ ପହଞ୍ଚି ପାରେନି ଆମ୍ବୁଲାନ୍ସ କି ଦମକଳ । ଏପଟେ ବୋଝ ଉପରେ ନଳିତା ବିଡ଼ା ପରି ଘୋ ଘୋ ନାଦ କରି ସବୁଦିନ ଟ୍ରକ୍ ଯାଉଥିବାରୁ ଅଞ୍ଚଳବାସୀ ନାକେଦମ ହୋଇଛନ୍ତି । ଗାଁ ରାସ୍ତାରେ ଟ୍ରକର ବାଲି ଚାଲାଣକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଲି ମାପିଆଙ୍କୁ ଏହି ରାସ୍ତା ଦେଇ ବାଲି ନନେବାକୁ ଅନକ ଥର ଲୋକେ ବାରଣ କରି ଆସୁଥିଲେ ବି ମାପିଆମାନେ କଥାକୁ ଖାତିର କରୁ ନାହାନ୍ତି । ରାଜ୍ୟରେ ନୂଆ ସରକାର ବିକାଶ ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେଉଥିବାବେଳେ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅସାଧୁ ଅଫିସର ଓ ବାଲି ମାଫିଆଙ୍କ ମେଣ୍ଟ ଭାଙ୍ଗିବାକୁ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର