ସୂଚନା ଅନୁସାରେ, ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ କରାଇଛନ୍ତି ନକ୍ସଲ । ରାସନ୍ ସାମଗ୍ରୀ ନେଇ ଯବାନ କ୍ୟାମ୍ପକୁ ଫେରିବା ବେଳେ ଏହି ଆଇଡି ବିସ୍ଫୋରଣ ହୋଇଛି । ଯବାନଙ୍କ ଏକ ଟ୍ରକକୁ ଆଇଡି ବ୍ଲାଷ୍ଟ କରି ଉଡ଼ାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଯବାନ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ବୋଲି ଜଣାଯାଇଛି ।
ସେପଟେ ସୁରକ୍ଷାବଳ ସୁକମା ଜିଲ୍ଲାରେ ପ୍ରଚୁର ପରିମାଣରେ ଜାଲ ନୋଟ ସହିତ ଛାପିବା ମେସିନ ପାଇଁ ବ୍ୟବହୃତ ଉପକରଣ ଜବତ କରିଛି । ଏ ନେଇ ଜଣେ ବରିଷ୍ଠ ପୋଲିସ କର୍ମୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଏଠାରୁ ଏତେ ପରିମାଣର ଜାଲ ନୋଟ ଜବତ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର