ଟ୍ରାଜେଡି ପରେ ସ୍ଥିତି ସ୍ବାଭାବିକ କରିବା ଥିଲା ରେଳ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ। ସକାଳୁ ସକାଳୁ ପ୍ରଥମେ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲେ ରେଳମନ୍ତ୍ରୀ। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଉଦ୍ଦାର କାମର କରିଥିଲେ ସମୀକ୍ଷା । କେମିତି ଓ କାହିଁକି ଏତେବଡ ଦୁର୍ଘଟଣା ଘଟିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଘଟଣାର କିପରି ପୁନରାବୃତ୍ତି ନ ହେବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ରେଳ ମନ୍ତ୍ରୀ । ସେପଟେ ନିଜ କୋଲକତା କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ବାଲେଶ୍ବରରେ ପହଁଞ୍ଚିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. ପ୍ରଥମେ ବାଲେଶ୍ବର ହସପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ କେନ୍ଦ୍ର ମନ୍ତ୍ରୀ।
ପରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରେଳମନ୍ତ୍ରୀଙ୍କ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ବାଲେଶ୍ବର ମେଡିକାଲରେ ଆହତଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ଉଦ୍ଦାର କାମରେ ସାହାର୍ଯ୍ୟ କରିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ। ରେଳସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ସେପଟେ ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦୁଇ ମନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୋର ମେଡିକାଲରେ ଚିକିତ୍ସାଧୀନ ଗୁରୁତର ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ ମମତା। ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ପରିବାର ପ୍ରତି ସମସ୍ତ ସମବେଦନା ଜଣାଥିବା ବେଳେ ଓଡିଶା ଓ ତାମିଲନାଡୁ ସରକାର ଗୋଟିଏ ଦିନ ଶୋକପାଳନ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର