ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳର ମାଆ ଭଉଣୀ ମାନଙ୍କୁ ଭେଟିବା ସହ ଆଲୋଚନା ଆଲୋଚନା କରିଥିଲେ । ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ସେ କହିଥିଲେ ଯେ ମୋଦୀ ସରକାର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ସହ କରୋନା ସମୟରେ ଟିକା ଉପଲବ୍ଧ କରାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜନଧନରେ ଟଙ୍କା ଓ ଲକ୍ଷପତି ଦିଦି ଭଳି ଅନେକ ଯୋଜନା ବିଶେଷତଃ ମାତୃଶକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ଅଭିବୃଦ୍ଧି ଓ ଅନ୍ୟାନ୍ୟ ସଫଳତା ବିକଶିତ ଭାରତ ନିର୍ମାଣ ପାଇଁ ଆମର ମାର୍ଗ ପ୍ରଶସ୍ତ କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।