ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ସବିଗୁଡା ଗାଁର ସୁରେନ୍ଦ୍ର ରାଉତ ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚିନଥିବା ସୂଚନା ରହିଛି । ତେବେ ଏହିଭଳି ଭାବରେ ସାଧରଣ ଲୋକମାନେ ଜଙ୍ଗଲକୁ ଯାଉଛନ୍ତି ଶିକାର ପାଇଁ । ଆଉ ଏହା ଉପରେ ବନବିଭାଗର ନଜର ପଡ଼ୁନାହିଁ କିପରି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
ଶିକାର ପାଇଁ ଯାଇ ଶିକାର ହେଲେ, ବନ୍ଧୁକରୁ ଗୁଳି ଫୁଟି ଯୁବକ ମୃତ

କଳାହାଣ୍ଡି: ଶିକାର ପାଇଁ ଯାଇ ଶିକାର ହେଲେ । ବନ୍ଧୁକରୁ ଗୁଳି ଫୁଟି ଯୁବକ ମୃତ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାନୁସାରେ, ଜଙ୍ଗଲକୁ ଜନ୍ତୁ ଶିକାର ପାଇଁ ଯାଇଥିଲେ ୫ ଜଣ ଶିକାରୀ । ଏହି ସମୟରେ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଯୁବକଙ୍କ ମୁଣ୍ଡରେ ବାଜିଥିଲା ।
Download Argus News App
