ଅର୍ଗସ ବ୍ୟୁରୋ: ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଏବଂ ବ୍ଲାକମେଲିଂ ଅଭିଯୋଗରେ ବିଏମସି ଡେପୁଟି କମିଶନର ଥାନାରେ ଅଟକ। ଏନେଇ ଅଧିକ ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ। ଯୁବତୀଙ୍କ ଅଭିଯୋଗ ଅନୁସାରେ, ବିଏମସି ଡେପୁଟି କମିଶନର ଯୋଗେଶ୍ଵର ନାୟକ ଆଲବମ୍ ଅଫର ଦେଇ ଯୁବତୀ ଜଣଙ୍କୁ ରାତ୍ରିଯାପନ କରିବାକୁ କହିଥିଲେ। ତେବେ ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ ଯୋଗେଶ୍ଵର ଉକ୍ତ ଯୁବତୀଙ୍କ ଘରକୁ ଯାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଏନେଇ ଯୁବତୀ ଜଣଙ୍କ ଲିଙ୍ଗରାଜ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଡେପୁଟି କମିଶନରଙ୍କୁ ଅଟକ ରଖିଛି। ସେପଟେ ବିଏମସି ଡେପୁଟି କମିଶନର ଯୋଗେଶ୍ଵର ନାୟକ ଯୁବତୀଙ୍କ ଅଭିଯୋଗ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣଙ୍କ ତାଙ୍କଠାରୁ ୪ଲକ୍ଷ ଟଙ୍କା ନେଇଥିବା ବେଳେ ତାଙ୍କୁ ଫେରାଉନଥିଲେ। ଟଙ୍କା ମାଗିବାରୁ ସେ ଏମିତି ମିଥ୍ୟା ଆରୋପ ଲଗାଉଥିବା ବିଏମସି ଡେପୁଟି କମିଶନର କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।