ଅନ୍ୟପଟେ ଏହି ଷ୍ଟଲ୍ ଗୁଡିକରେ ଲୋକଙ୍କ ଭିଡ ମଧ୍ୟ ଭଲ ଜମିବାରେ ଲାଗୁଛି। ବିଶେଷ କରି ଷ୍ଟଲ୍, ପାପୋଛ, ଚୁନରି, ଘରସଜା ଜିନିଷ, ଚେର ମୂଳି ଓ ଜଡ଼ିବୁଟି ଇତ୍ୟାଦିକୁ ବେଶ୍ ପସନ୍ଦ କରୁଛନ୍ତି। ସେହିପରି ଭିନ୍ନକ୍ଷମ ପିଲାଙ୍କ ସକ୍ଷମକୁ ନେଇ ସେମାନଙ୍କ ସ୍କୁଲରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ସହ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଛି, ତାହା ଷ୍ଟଲ ଗୁଡିକରେ ବିକ୍ରି ହେଉଛି।
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ନିମନ୍ତେ ୪୭ ଟି ଷ୍ଟଲ ପ୍ରଦାନ କରାଯାଇଛି। ଏହା ସହ କିନ୍ନର ମାନଙ୍କର ଏକ ଭିନ୍ନ ଦୁନିଆ ଥିବା ବେଳେ ତାଙ୍କ ସହ ମିଶିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳୁ ନ ଥିଲା। ବର୍ତ୍ତମାନ ମିଶିବାକୁ ସୁଯୋଗ ମିଳିଥିବାଏହି ଷ୍ଟଲ୍ ଗୁଡ଼ିକୁ ବୁଲିବା ସହ ବେଶ୍ କିଣାକିଣି କରିବା ସହ କିନ୍ନର ମାନଙ୍କର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ବାଲିଯାତ୍ରାକୁ ଆସୁଥିବା ପର୍ଯ୍ୟଟକ ମାନେ। ସ୍ବାବଲମ୍ବୀ ହୋଇ କିନ୍ନର ଓ ଭିନ୍ନକ୍ଷମ ଦ୍ୱାରା ଷ୍ଟଲର ସାମଗ୍ରୀ ଗୁଡ଼ିକୁ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି ପର୍ଯ୍ୟଟକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର