ଅଡ଼ିଓ ଭାଇରାଲ୍ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଶ୍ରମ ଅଧିକାରୀ ସୁଶାନ୍ତ ସାହୁ ମୋବାଇଲରେ ଧମକ ପୂର୍ଣ୍ଣ ମେସେଜ୍ ଦେଉଥିବା ଅଭିଯୋଗ କରିଛନ୍ତି ବଳରାମ। ଛୁଟିରେ ଥିବାରୁ ସୁଶାନ୍ତଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଏବେର ଶ୍ରମ ଅଧିକାରୀଙ୍କ ଅନୁସାରେ ଶ୍ରମିକ ମୃତ୍ୟୁ ପରେ ସେମାନଙ୍କ ଆବେଦନ ସମ୍ପର୍କିତ କାଗଜ ପତ୍ରର ଯାଞ୍ଚ ପ୍ରଥମେ କରନ୍ତି ୱେଲଫେୟାର କୋଡ଼ିନେଟର, ପରେ ଯାଏ ଶ୍ରମ ଅଧିକାରୀଙ୍କ ପାଖକୁ । ଏମିତିରେ ଶ୍ରମ ଅଧିକାରୀ ବି ୱେଲଫେୟାର କୋର୍ଡିନେଟର ସୁଶାନ୍ତଙ୍କ ଆଡ଼କୁ କରିଛନ୍ତି ଇସାରା। ତେବେ ସଂଘର ସଭାପତିଙ୍କ ଅନୁସାରେ ବହୁ ଅଧିକାରୀ କେଳେଙ୍କାରୀରେ ସମ୍ପୃକ୍ତ। ସମସ୍ତଙ୍କୁ କରାଯାଉ ତଦନ୍ତ ପରିସରଭୁକ୍ତ। ରାୟଗଡ଼ା ଶ୍ରମ ବିଭାଗରେ ହୋଇଥିବା ବଡ଼ କେଳେଙ୍କାରୀ ପ୍ରଥମେ ସାମ୍ନାକୁ ଆଣିଥିଲା ଅର୍ଗସ୍। ବିଜେଡି ସରକାର ମଲା ଲୋକଙ୍କୁ ବି ଛାଡ଼ିନଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରେ ମୃତ ଶ୍ରମିକଙ୍କ ନାଁରେ ନକଲି ପ୍ରମାଣ ପତ୍ର କରାଯାଇ 40 କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିଲା। ମହାମାରୀ କାଳରେ ପୀଡ଼ିତ ପରିବାରର ସହାୟତା ରାଶିକୁ ଆତ୍ମସାତ୍ କରାଯାଇଥିଲା । ଅଭିଯୋଗ ପରେ ଗାଁ ଗାଁ ବୁଲି ତଦନ୍ତ କରିଥିଲା ରାଜ୍ୟ ଅତିରିକ୍ତ ଶ୍ରମ ଆୟୁକ୍ତ ଟିମ୍ । କେବଳ ଅଫିସର ନୁହେଁ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି ବିନା ସମ୍ଭବ ହୋଇନଥାନ୍ତା ଏତେ ବଡ଼ ଦୁର୍ନୀତି। ତଦନ୍ତ କଲେ ସାମ୍ନାକୁ ଆସିବ ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସାରଦା ନାୟକଙ୍କ ସମ୍ପୃକ୍ତି। ପୁଣି ରାଜ୍ୟରେ T ବା ତାମିଲ ଅଫିସରଙ୍କ କଣ୍ଟ୍ରୋଲରେ ଥିଲା ସବୁକିଛି। ଏଣୁ ଏ ସବୁର ତଦନ୍ତ ହେବାକୁ ଉଠୁଛି ଦାବି।
ଅଧିକ ପଢନ୍ତୁ ଓଡିଶା ଖବର