ଉଭୟ ଗୋଷ୍ଠୀରୁ ଶହେ ରୁ ଉର୍ଦ୍ଧ୍ବ ଯୁବକ ଆସି ପରସ୍ପରକୁ ଆକ୍ରମଣ କରିଥିଲେ । ଶହେରୁ ଅଧିକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୁନ୍ଦରଗଡ: କୋଇଲା ବେପାରକୁ ନେଇ ତୁମୁଳ କାଣ୍ଡ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ସୁନ୍ଦରଗଡ ହେମଗିରି ଥାନା ଗର୍ଜନ ବାହଲ ନିକଟରେ ଥିବା କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା।
ଉଭୟ ଗୋଷ୍ଠୀରୁ ଶହେ ରୁ ଉର୍ଦ୍ଧ୍ବ ଯୁବକ ଆସି ପରସ୍ପରକୁ ଆକ୍ରମଣ କରିଥିଲେ । ଶହେରୁ ଅଧିକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ସହ ଫାଙ୍କା ଗୁଳି ଚାଳନା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୫୩ ବର୍ଷ ପରେ ପଡ଼ିଥିବା ବିରଳ ସଂଯୋଗ ଯୋଗୁଁ ୨ ଦିନ ହୋଇଛି ରଥଟଣା। ତିନି ଠାକୁରଙ୍କ ରଥକୁ ଟାଣି ନେବାର ବର୍ଦ୍ଧିତ ଅବସର, ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା। ଗତକାଲି ବଡ଼ଦାଣ୍ଡରେ ଯେମିତି ଜନସମୁଦ୍ର ସୃଷ୍ଟି ହୋଇଥିଲା, ଆଜି ବି ସେହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ରଥରେ ଥିଲେ ମହାପ୍ରଭୁ, ଆଉ ଶହ ଶହ ଭକ୍ତଙ୍କ ହାତରେ ଥିଲା ରଥଦଉଡ଼ି। ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ବନରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର।
ଗତକାଲି ଅଧାବାଟରେ ଅଟକିଥିଲେ ତିନି ଠାକୁର। ପୁରୀ ମରିଚିକୋଟ ଛକରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଥିବା ବେଳେ ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ସିଂହଦ୍ବାର ସମ୍ମୁଖରୁ ମାତ୍ର ଦୁଇ ପାଦ ଗଡ଼ି ଅଟକି ଯାଇଥିଲେ କାଳିଆ ସାଆନ୍ତେ । ଆଜି ସକାଳ ପ୍ରାୟ ୯ଟା ବେଳେ ପୁଣି ଆରମ୍ଭ ହୋଇ ଯାଇଥିଲା ରଥଟଣା। ରାତି ପାହିଲା ବେଳକୁ ଲୋକାରଣ୍ୟ ହୋଇ ସାରିଥିଲା ଶ୍ରୀକ୍ଷେତ୍ର। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା। ଏହା ପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ। ଆଉ ଶେଷରେ ଗଡ଼ିଥିଲା କାଳିଆର ନନ୍ଦିଘୋଷ। ଯାହାକୁ ଅପେକ୍ଷା କରି ରହିଥିଲେ ଅଗଣିତ ଜଗନ୍ନାଥ ପ୍ରେମୀ। ଜନ୍ମବେଦି ଅଭିମୁଖେ ତିନି ରଥକୁ ଟାଣି ନେଇଥିଲେ ଭକ୍ତ।
ଅପରାହ୍ନ ପ୍ରାୟ ୨ଟା ୪୫ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ। ଶରଧାବାଲିରେ ରଥାରୁଢ଼ ଠାକୁରଙ୍କୁ ଦେଖି ଭକ୍ତିଭାବରେ ଗଦ୍ଗଦ୍ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଗରେ ‘ଗୀତ ଗୋବିନ୍ଦ’ ଗାଇଥିଲେ ସୂର୍ଯ୍ୟ ନାରାୟଣ ରଥଶର୍ମା। ଯାହା ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣିତ କରିଥିଲା। ଆସନ୍ତାକାଲି ଜନ୍ମବେଦିକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ: ଜମ୍ମୁର କଠୁଆରେ ସେନା ଗାଡ଼ିକୁ ଆତଙ୍କୀ ଆକ୍ରମଣ । ହମଲାରେ ୪ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଗୁଳିବିନିମୟରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଯେଉଁଥିରେ ୪ ଯବାନ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।
ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହିକ୍ରମରେ ସୋମବାର କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ । ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି। ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍କୀ 2898 AD କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।
ସେହିପରି କଲ୍କୀ 2898 AD୯୦୦ କୋଟି ଟଙ୍କା ରୋଜଗାର କରି ପିକେକୁ ପଛରେ ପକାଇଛି । କଲ୍ଲୀ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି କଲ୍କୀ 2898 AD ର ବକ୍ସ ଅଫିସରେ ଦମଦାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୧୧ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୯୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି । ଏହି ସୂଚନା ନିଜେ ଫିଲ୍ମର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: