ଚୋରି ଅଭିଯୁକ୍ତ ପୁଲିସ ସାଥିରେ ଗଲା ବେଳକୁ ଗୋଡ ଧରି କାନ୍ଦିଲା। ଭେଁ ଭେଁ ହେଇ ଏମିତି କାନ୍ଦିଲା ଯେମିତି ଛୁଆ ହେଙ୍କା ଉେଠେଇ କାନ୍ଦନ୍ତି। ଶେଷରେ ପୁଲିସ ବି ଅଡୁଆରେ ପଡିଲା, ଲୋକଟାର କାଳେ କଣ ହେଇଯିବ ବୋଲି ଟିକେ ହାଲକେଇ ଗଲା। ଆଉ ତା ପରେ ଦେଖ ଅଭିଯୁକ୍ତର କମାଲ୍। ପୁଲିସକୁ ଧକ୍କା ମାରି ଚମ୍ପଟ। ଏବେ ଖାଜୁଥା…
ଘଟଣାଟି ନୟାଗଡ ଅଞ୍ଚଳର। ନୟାଗଡ କୋର୍ଟ ପରିସରରେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଚୋର l କୋର୍ଟକୁ ଜଣେ ଅଭିଯୁକ୍ତକୁ ବିଚାର ପାଇଁ ଆଣିବା ସମୟରେ ଗତକାଲି ପୋଲିସକୁ ଚକମା ଦେଇ ଏମିତି ଛୁ ମାରିଛି ଚୋର ।
ଗାଡି ସରଞ୍ଜାମ ଚୋରି କରୁଥିବା ଅଭିଯୋଗରେ ଶରଣକୁଳ ଥାନା ପଞ୍ଚରିଡ଼ା ମାନପୁର ଗ୍ରାମର ଅନିଲ ମୁଦୁଲୀଙ୍କୁ ଗିରଫ କରିଥିଲା ନୂଆଗାଁ ଥାନା ପୋଲିସ l ଗତକାଲି ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟକୁ ଆଣିଥିଲା ପୋଲିସ । ତେବେ ସେଠାରେ ପୋଲିସକୁ ଚକମା ଦେଇ ଏମିତି ଚମ୍ପଟ ମାରିଛି ଅଭିଯୁକ୍ତ।