ପରିସ୍ରା ରାସ୍ତା ବନ୍ଦ ଥିଲେ ବା ସେହି ସଂକ୍ରାନ୍ତ ରୋଗ ପାଇଁ ବ୍ୟବହାର ହୁଏ ୟୁରିମେକ୍ସ ଡି। ଜବତ ହୋଇଥିବା ଏହି ମେଡିସିନ ସିପ୍ଲା କମ୍ପାନୀ ନାଁରେ ବ୍ରାଣ୍ଡି କରି ବ୍ୟବସାୟ କରାଯାଉଥିଲା। ତେବେ ବଜାରରେ ଏବେ ବି ଏ ମେଡିସିନ ଥିଲେ ଏହାର ବିତରକ କିଏ , କାହିଁକି ଏ ମେଡିସନକୁ ବଜାରରୁ ପ୍ରତ୍ୟାହାର କରାଯାଇନି ସେ ଉତ୍ତର ଡଗ୍ରସ କଣ୍ଟ୍ରୋଲରଙ୍କ ପାଖରେ ନାହିଁ। ପୂର୍ବରୁ ଓ ଟୁ, ଫାବିଫିରାଭିର, କ୍ଲାଭାମ-625 ଟେଲମା ୪୦, ଆଇଟି ମାକ୍ସ -200 ନକଲି ବୋଲି ଧରାପଡିଥିଲା। ନକଲି ଔଷଧ ଚେର ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମକୁ ୟୁପି ପଠାଇଥିଲେ ସରକାର।
ନକଲି ଫାର୍ମା କମ୍ପାନୀ କରିଥିବା 5 ଜଣଙ୍କୁ ୟୁପି ପୋଲିସ ସହାୟତାରେ ଗିରଫ କରି ଓଡିଶା ଆଣିଥିଲା ସ୍ବାସ୍ଥ୍ୟ ବିଭାଗ ଏସ ଟିଏଫ। ଏପଟେ କିନ୍ତୁ ରାଜ୍ୟରେ ନକଲି ମେଡିସନର ମାଷ୍ଟର ମାଇଣ୍ଡ ବେଲରେ ଆସି ଖୋଲାରେ ବୁଲୁଛନ୍ତି। ଶଙ୍କର ଅଗ୍ରୱାଲଠୁ ସଞ୍ଜୟ ଜଲାନ ଯାଏ ସମସ୍ତେ ବାହାରେ । ଶଙ୍କର ଅଗ୍ରୱାଲ୍, ଶିବ ପ୍ରସନ୍ନ ଜେନା, ରାହୁଲ କ୍ୟାଲ୍, ସଞ୍ଜୟ ଜଲାନ୍ । ଏମାନଙ୍କ ନାଁରେ ନକଲି ମେଡିସିନ୍ ବିକ୍ରିର ସାଂଘାତିକ ଅଭିଯୋଗ। ହେଲେ କେହି ଜଣେ ବି ନାହାନ୍ତି ଜେଲରେ । ଲମ୍ବା ସମୟ ହେଲା ଚାଲିଛି ମାମଲା । ନକଲି ମେଡିସିନ୍ କାରବାର ଉପରେ ରୋକ୍ ଲଗାଇପାରୁନି ସ୍ବାସ୍ଥ୍ୟ ବିଭାଗ । ପ୍ରଶ୍ନ ଲୋକଙ୍କ ଜୀବନ ସହ ଖେଳୁଥିବା ସୈତାନଙ୍କୁ କେବେ ମିଳିବ ସଜା।
2007ରେ ବଲାଙ୍ଗିର କଣ୍ଟାବାଞ୍ଛିରୁ ଜବତ ହୋଇଥିଲା ବହୁ ପରିମାଣର ନକଲି ଔଷଧ। କିଙ୍ଗପିନ୍ ଶଙ୍କର ଅଗ୍ରୱାଲ୍ ଗିରଫ ହେଲେ। 2007ରେ ହେଲା କେସ୍, ଶୁଣାଣି ଆରମ୍ଭ ହେଲା 2015ରେ। ଶଙ୍କରଙ୍କ ବିରୋଧରେ କଣ ଆକସନ୍ ହେଲା ରାଜ୍ୟବାସୀ ଏବେ ବି ଅନ୍ଧାରରେ। ସେତେବେଳ ସ୍ବାସ୍ଥ୍ୟମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ 2007 ଫେକ ମେଡିସିନ କାରବାର ନେଇ ଅସହାୟତା ପ୍ରକାଶ କରିଥିଲେ। 15 ବର୍ଷ ପରେ ବି ସ୍ଥିତି ବଦଳିଲାନି। ସେହିପରି ଗତବର୍ଷ ଜୁନରେ ନକଲି କୋଭିଡ୍ ମେଡିସିନ୍ କାରବାର କି ଗିରଫ ହୋଇଥିବା କଟକର ଶିବ ଜେନା ବି ଏବେ ବେଲରେ । ନିଜ ରାଜ୍ୟରେ ନକଲି ଔଷଧ କାରବାରୀଙ୍କ ବିରୋଧରେ ଆକ୍ସନ ନେବାରେ ଫେଲ ରାଜ୍ୟ ସରକାର ଅନ୍ୟ ରାଜ୍ୟର ଅପରାଧୀଙ୍କ ବିରୋଧରେ କେମିତି ନେବେ କାର୍ଯ୍ୟାନୁଷ୍ଠାନ ତାହା ଏବେ ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର