କଳାହାଣ୍ଡି : ଚାରିଆଡେ ସବୁଜିମା। ଏହି ସବୁଜିମା କ୍ଷେତ ମଧ୍ୟରେ ଶୋଭା ପାଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସୁନ୍ଦର ଚିତ୍ର। ଏହି ଧାନ କ୍ଷେତର ଦୁଇ ଗୁଣା ସୌନ୍ଦର୍ଯ୍ୟ ବଢାଇ ଦେଉଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଏହି ଚିତ୍ର। ରାଷ୍ଟ୍ରପତିଙ୍କ ଏହି ଚମତ୍କାର ଚିତ୍ର ଆଙ୍କିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଞ୍ଜନ ବେହେରା। ଧାନ ତଳି ମଧ୍ୟରେ ତ୍ରିରଙ୍ଗାର ରଂଗରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କଳା କୃତି କରିବାରେ ସଫଳ ହୋଇଛନ୍ତି ପ୍ରାଣ ରଞ୍ଜନ। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ,ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସମ୍ମାନ ଅଭିନବ ଉଦ୍ୟମ ଦ୍ଵାରା ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି। ଜୟପାଟଣାର ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଅଗ୍ରଣୀ ଚାଷୀ ପ୍ରାଣ ରଞ୍ଜନ ବେହେରା ଏହି ଧାନ କ୍ଷେତରେ ଖାଲି ଦ୍ରୌପଦି ମୁର୍ମୁଙ୍କ ଚିତ୍ର ଆଙ୍କି ନାହାନ୍ତି , ବରଂ ସେ ପୂର୍ବରୁ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ମାନଚିତ୍ରକୁ ତିନି ରଂଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ "୭୫" ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା।
ଅର୍ଗସ ବ୍ୟୁରୋ: ଚୀନର ଆଉ ଏକ ବଡ ଚନ୍ଦ୍ର ମିଶନ । ଚୀନ୍ ନିଜର ମହାକାଶଯାନକୁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ପଠାଇବାକୁ ଯାଉଛି। ସେଠାରୁ ନମୁନା ସଂଗ୍ରହ କରିବା ପରେ ଏହି ମହାକାଶଯାନ ପୃଥିବୀକୁ ଫେରି ଆସିବ। ଏହି ମିଶନର ନାଁ ରଖାଯାଇଛି ଚାଙ୍ଗ୍ -6 । ଏହି ଯାନ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ଅର୍ଥାତ୍ ପୃଥିବୀ ଠାରୁ ସବୁଠାରୁ ଦୂରରେ ଥିବା ଚନ୍ଦ୍ରପୃଷ୍ଠର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରିବ । ଏଥିସହ ସେଠାରୁ ବାଲି, ପଥର, ମାଟିର ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିବ।
ପୂର୍ବରୁ ବିଭିନ୍ନ ଦେଶ ପକ୍ଷରୁ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରାଯାଇଛି । କିନ୍ତୁ ଚୀନ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବରୁ ନମୁନା ସଂଗ୍ରହ କରିବାକୁ ମିଶନ କରାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର