ଭୁବନେଶ୍ୱର: ଭୁବନେଶ୍ବରରେ ବୁଲୁଛି ବାଘ । ଏୟାରପୋର୍ଟ ଡମ୍ପି ୟାର୍ଡ଼ରେ ବାଘ ଆତଙ୍କ ଦେଖାଦେଇଛି । ଖୋଜାଖୋଜି ଜାରି ରଖିଛନ୍ତି ବନ ବିଭାଗ କର୍ମଚାରୀ । ଅଳିଆ ସଫା କରୁଥିବା ବେଳେ ବାଘ ପାଦ ଚି଼ହ୍ନ ଦେଖିଥିଲେ ମହିଳା । ଏହି ଖବର ଜଣାପଡିବା ପରେ ପୁରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।
ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ। ରାମ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ରବିବାର ସନ୍ଧ୍ୟା ସମୟରେ ନିଶାସକ୍ତ ଅବସ୍ଥାରେ କିଛି ମଦ୍ୟପ ବୁଲେଟରେ ଆସି ଯୁବକ ଯୁବତୀଙ୍କୁ ଛୁରୀ ଦେଖାଇ ଅଟକାଇ ଥିଲେ।
ପରେ ଉଭୟଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପୁରୁଷ ବନ୍ଧୁ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥବା ସହ ବାନ୍ଧି ଦେଇଥିଲେ। ପରେ ଯୁବତୀଙ୍କ ସହିତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ସହ ଭିଡ଼ିଓ ଉତ୍ତୋଳନ କରିଥିଲେ। ତାଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇ ତାଙ୍କୁ ଛାଡି ଦେଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଫୋନ କରି ଡାକିବା ସହ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଯୁବତୀ ଜଣକ ନ ଆସିବାରୁ ରାଗି ଯାଇ ଭିଡିଓ ଭାଇରାଲ କରି ଦେଇଥିଲେ।
ଏନେଇ ପୀଡ଼ିତା ଯୁବତୀ ଜଣକ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଓ ଭିଡିଓକୁ ଆଧାର କରି ଫତେଗଡ ପୋଲିସ ୩ ଜଣଙ୍କୁ ଅଟକ ରଖିଛି।ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ ଫତେଗଡ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା । ଆପାର୍ଟମେଣ୍ଟରେ ପ୍ରସ୍ଥାନ ଓ ପ୍ରବେଶ ପଥରେ IP କ୍ୟାମେରା ଲଗାଇବେ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ।
ଅଧିକ ପଢନ୍ତୁ ଓଡିଶା ଖବର
ଏହାର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସର କଣ୍ଟ୍ରୋଲ୍ ରୁମ୍କୁ ଦେବେ । ସହଯୋଗ କାମନା ସହ ଅନୁସନ୍ଧାନ ପାଇଁ ଟିମ୍ ଗଠନ କରିଛୁ କହିଲେ ପୋଲିସ କମିଶନର । ଗତ ଦଶ ମାସ ମଧ୍ୟରେ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି କେସ ରିପୋର୍ଟ ହୋଇଥିଲା, ସେଥିରୁ ୨୯ ଲୋକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗି ଯାଇଛି।
୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା। ଏହା ପରଠାରୁ ଭାରତୀୟ ଟିମ୍ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ। ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍ ଲାଗିଛି। ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍ରେ ପରାଜିତ ହୋଇଛି। ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି।
ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୫୯ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରି ୨୫୫ ରନ୍ କରିବାରେ ସଫଳ ହୋଇଥିଲା। ଏମିତିରେ ଭାରତକୁ ୩୫୯ରନ୍ର ଟାର୍ଗେଟ ମିଳିଥିଲା। ହେଲେ ଯଶସ୍ବୀ ଜୟସ୍ବାଲଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ଦଳକୁ ପରାଜିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ୨-୦ରେ ସିରିଜରେ ଆଗୁଆ ହୋଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର