ବାଛୁରୀର କିଛି ଗୋଡ ଅଂଶ ପଡିବା ସହ ରକ୍ତ ଛିଟା ଓ ମହାବଳର ପାଦଚିହ୍ନକୁ ଠାବ କରିଛି ଗୁଡାରି ବନ ବିଭାଗ । ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ମହାବଳ । ଫଳରେ ଢେପାଗୁଡା, ପେଣ୍ଡିଲି, ଢେପାଖୁଡା ପ୍ରମୁଖ ଗ୍ରାମଗୁଡିକରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ କ୍ଷତିପୁରଣ ଦେବାପାଇଁ ବନବିଭାଗ ରେଞ୍ଜର ଦିଲ୍ଲିପ୍ ପଟ୍ଟନାୟକ ସୂଚନା ଦେଇଛନ୍ତି ।
କିଛି ଦିନ ହେବ ମହାବଳ ଗୁଣୁପୁର, ଗୁଡାରି ମୁନିଗୁଡା ବନାଞ୍ଚଳରେ ନାକେଦମ କରିବା ବନ ବିଭାଗ ନିଦ ହଜାଇ ଦେଇଛି । ବର୍ତ୍ତମାନ ବାଘର ପାଦଚିହ୍ନ ଠାବ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପାଖ ଗ୍ରାମାଞ୍ଚଳ ଗୁଡିକରେ ସଚେତନ କରୁଛି ବନ ବିଭାଗ ।