ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକଙ୍କୁ ସରକାରୀ ଯୋଜନାର ସୁଫଳ କେମିତି ସହଜରେ ପହଞ୍ଚିବ ସେ ନେଇ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅପରାଧ କମାଇବା ଉପରେ ଏସପି ମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଦେବା ନେଇ ଗୁରୁତ୍ଵ ଦେବାକୁ ଦେବେ ପରାମର୍ଶ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଛି ବୈଠକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଝିଅ ଓ ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅକୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା ।
ଝିଅକୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ରିପୋର୍ଟ ଲେଖିଥିଲେ। ଯାହାକୁ ନେଇ ତୁରେକେଲା ଥାନାରେ କେସ ଦର୍ଜ୍ କରି ନିଖୋଜ ଝିଅର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିଛି ଦିନ ପରେ ଝିଅକୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁକୁ ଫେରି ତୁରେକେଲା ଥାନାରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରିଥିଲା । କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅକୁ ଛାଡି ଦେଇ ଫେରାର ହୋଇଯାଇଥିଲା ।
ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ୍ରାମ ବଞ୍ଛୋର୍ ଆନ୍ଧ୍ର ପ୍ରଦେଶକୁ ନେଇ ଗୋଟିଏ କୁକୁଡ଼ା ଫାର୍ମରେ ୧୮ ଦିନ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଗାଁ କୁ ଆସି ନିଜ ମା, ବାପା ଓ ସମ୍ପର୍କୀୟ କଥା ଶୁଣି ସେ ତାକୁ ଛାଡି ଦେଇ ଫେରାର ମାରିଛି । କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁଙ୍କୁ ସମସ୍ତ କାଗଜ ପତ୍ର ସହିତ ଗୁହାରି କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ । ନ୍ୟାୟ ଅପେକ୍ଷାରେ ପୀଡ଼ିତା ଅଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...