ମେକ୍ ଇନ୍ ଓଡ଼ିଶାର କନକ୍ଲେଭର ଆଜି ଦ୍ବିତୀୟ ଦିନରେ ଆଜି ମେଗା ଶିଳ୍ପପତି ସମ୍ମିଳନୀର ଆୟୋଜନ କରାଯାଇଛି । ପ୍ଲେନାରି ସେସନ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମିତ୍ତଲ୍ ଗ୍ରୁପ୍ ର ଏଲଏନ ମିତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ୱାଲ, ଟାଟା ଗ୍ରୁପର ର ଟିଭି ନରେନ୍ଦ୍ରନ୍, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ।
ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ୪.୩୦ରେ ଅନୁଷ୍ଠିତ ହେବ। ୫ ନମ୍ବର ସେମିନାର ହଲ ରେ ଏହି କାର୍ଯକ୍ରମ ହେବ। ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସଏସ ମୁନ୍ଦ୍ର, ଏସ୍ବିଆଇର ଗୁଲସନ ମଲିକ, ଏସଆଇଡିବିଆଇ ର ଅଧ୍ୟକ୍ଷ ଏସ. ରମଣ ପ୍ରମୁଖ ଏଥିରେ ବକ୍ତା ଭାବରେ ଯୋଗ ଦେବେ।