2022 ମସିହା ଫେବୃୟାରୀ 6 ତାରିଖରେ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସୁନ୍ଦର ଗୀତ ତାଙ୍କୁ ଅମର କରି ରଖିଛି। କେବଳ ଭାରତ କାହିଁକି ବିଦେଶରେ ମଧ୍ଯ ଲତାଙ୍କ କୋଟିକୋଟି ପ୍ରଶଂସକ ରହିଛନ୍ତି। ତାଙ୍କ୍ ଗୀତ ତାଙ୍କୁ ଅମର କରି ରଖିଥିବା ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ତେବେ ପୁରୀ ବେଳାଭୁମିରେ ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗି ରହିଥିଲା।
ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

ଅର୍ଗସ ବ୍ୟୁରୋ: ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଲୁକା ଚିତ୍ରକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଖ୍ୟାତ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବିଚରେ ସେ ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଲତା ମଙ୍ଗେସକରଙ୍କ ପ୍ରତିକୃତି ସହ ସୁଦର୍ଶନ ଗ୍ରାମଫୋନ୍ ର ଏକ ପ୍ରତିକୃତିକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାନ ଦେଇଛନ୍ତି। ମେରୀ ଆବାଜ ହିଁ ମେରୀ ପେହେଚାନ ହେ ଉକ୍ତ ବାଲୁକା ଚିତ୍ରକଳାରେ ଲେଖାଯାଇଛି।
Download Argus News App
