୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରେ ଆଜି ପହଞ୍ଚିଛନ୍ତି । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ୱେର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ ନାମକ ଜଣେ ଶ୍ରମିକ ଆସି ନାହାଁନ୍ତି । ସେ ତାଙ୍କ ନିଜ ଭାଇ ସହ ପରେ ଆସି ପହଞ୍ଚିବା ସୂଚନା ମିଳିଛି । ୪ ଜଣ ଶ୍ରମିକଙ୍କ ମଧ୍ୟରେ ରହିଥିଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ । ନାୟକ ଓଡ଼ିଶାରେ ପହଞ୍ଚିବା ପରେ କହିଥିଲେ ଥିଲେ ସେ ସମୟର କରୁଣ କାହାଣୀ । କେମିତି କଟିଥିଲା ଅନ୍ଧାରୀ ଟନେଲରେ ତାଙ୍କ ସମୟ ।
ସେ କହିଛନ୍ତି ଆମ ଓଡ଼ିଶାରେ ଚାକିରି ନାହିଁ । ଆମକୁ ବାହର ରାଜ୍ୟକୁ ଯିବାକୁ ପଡ଼ିବ ଏବଂ ଆମ ପରିବାରର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ । ଆମ ସରକାର କେବେଳ ସବୁ ବେଳେ ମିଛ କଥା କହି, ମିଛ ଚାକିରି ଦେବା କହି ଆମ ମାନଙ୍କୁ ଭୁଆଁ ବୁଲାଉଛି । ଆମେ ବିଦେଶରେ ମଲୁକି ବଞ୍ଚୁଲୁ ଆମ ସରକାରର କିଛି ଫରକ ନାହିଁ । ଆଜି ଆମେ ଆଉ ଥରେ ନୂଆ ଜୀବନ ପାଇଲୁ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୨୦ବର୍ଷ କାମ କଲା ଭିତରେ ଛୋଟମଟ ଦୁର୍ଘଟଣା ଘଟେ । ଯାହାକୁ ମତେ ଭୟ ଲାଗେ ନାହିଁ । କିନ୍ତୁ ସେଦିନର ଘଟଣା ପୁରା ଅଲଗା ଥିଲା । ଯାହା ମୋର ସବୁ ଦିନ ପାଇଁ ମନେ ରହିବ । ମୁଁ ସକାଳେ କାମ ସାରି ଫେରିବା ବେଳେ ଦେଖେ ତ ରାସ୍ତା ପୁରା ବନ୍ଦ ହୋଇଯାଇଥିଲା । ତାହା ପୁଣି ୭୦ମିଟରର ଜାମ ହୋଇଥିଲା ।
ଆନ୍ଧାରୀ ଟନେଲ ଭିତରେ ରହିବାର ୧୨ଘଣ୍ଟା ପରେ ଆମେ ୪ଇଞ୍ଚ ପାଇପ ସାହାଯ୍ୟରେ ପ୍ରଥମ ଖାଦ୍ୟ ଖାଇଥିଲୁ । ଆମକୁ ପ୍ରଥମ ଖାଦ୍ୟରେ ମୁଢି, କାଜୁ ଓ କିସମିସି ମିଳୁଥିଲା । ପାଇପ ମଧ୍ୟମରେ ଆମକୁ ପାଣି ମଧ୍ୟ ମିଳୁଥିଲା । ଆମେ ସମସ୍ତ ୪୧ଜଣ ଏକାଠି ହୋଇ ରହୁଥିଲୁ । ସମସ୍ତେ ଭାଇ ପରିକା ହୋଇ ରହୁଥିଲୁ । ଆମେ ମାନେ ଏକାଠି ହୋଇ ଟନେଲ ଭିତରେ ବୁଲାବୁଲି ମଧ୍ୟ କରୁଥିଲୁ ।