ଅଧିକ ପଢନ୍ତୁ :ସାମ୍ନାକୁ ଆସିଲା ପୁଣି ଜଣେ ଯୁବତୀଙ୍କ ସମ୍ପୃକ୍ତି
ଆଜେସ୍କଙ୍କ ପରିବାର ଲୋକେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜେସ୍କଙ୍କ ମୃତ୍ୟୁପାଇଁ ଦାୟୀ କରିଥିବା ବେଳେ ଆଜେସ୍କଙ୍କ ମୋବାଇଲ ରୁ ମିଳିଛି ଏହି ସବୁ ଫୋଟୋ ଆଉ ଅଡିଓ ରେକର୍ଡ । କିନ୍ତୁ ପ୍ରେମିକା ଜିଜ୍ଞାସାକୁ ଗତକାଲି ପୋଲିସ ପଚରା ଉଚୁରା କରିବା ପରେ ଡିଜେ ଆଜେସ୍କଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟୁଇଷ୍ଟ । ପ୍ରେମିକା ଜିଜ୍ଞାସା ଆଜେସ୍କ ଙ୍କ ପ୍ରେମ ସମ୍ପର୍କ କୁ ନେଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରାଙ୍ଗୁଲାର ଲଭ ଷ୍ଟୋରୀ ନୁହଁ ମୃତ୍ୟୁ ପଛରେ ଡବଲ ଲଭ ଷ୍ଟୋରୀ । ଆଜେସ୍କଙ୍କ ପ୍ରେମିକା ଜିଜ୍ଞାସା ମହାରଣାଙ୍କୁ ଗତକାଲି ତଦନ୍ତ ବେଳେ ପୋଲିସ ଆଗରେ ଜିଜ୍ଞାସା ଦେଇଛନ୍ତି ସାଙ୍ଘାତିକ ବୟାନ । ଜିଜ୍ଞାସାଙ୍କ କହିବା କଥା ଆଜେସ୍କ ଜିଜ୍ଞାସାଙ୍କୁ ଭଲ ପାଉଥିବା ବେଳେ ସମାନ ସମୟରେ ଆଉ ଜଣେ ଯୁବତୀଙ୍କ ଶହ ସମ୍ପର୍କରେ ଥିଲେ ଆଜେସ୍କ । ଆଜେକ୍ସ ଙ୍କ ମୃତୁର ୩ ଦିନ ପୂର୍ବରୁ ଆଜେକ୍ସଙ୍କ ଶହ ସାମ୍ନା ସାମ୍ନି ହୋଇଥିଲେ ଆଜେକ୍ସ ଜିଙ୍ଗସା ଓ ତାଙ୍କର ଅନ୍ୟଜଣେ ପ୍ରେମିକା । ଆଜେକ୍ସଙ୍କୁ ଫୋନ କନଫରେନ୍ସ ରେ ନେଇ ଦୁଇଟି ପ୍ରେମ ସମ୍ପର୍କର ଖୁଲାସା କରିବା ସହ ଆଜେସ୍କଙ୍କୁ ଗାଳି ଗୁଳଜ କରିଥିଲେ ଆଜେସ୍କଙ୍କ ଏହି ଦୁଇ ପ୍ରେମିକା । ଏଇଠୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କରେ ଫାଟ । ଆଉ ଆଜେସ୍କ ଓ ଜିଜ୍ଞାସାଙ୍କ ମଧ୍ୟରେ ଖେଳିଯାଇଥିଲା ତିକ୍ତତା ।
ଅଧିକ ପଢନ୍ତୁ :ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି ଟିମ୍
ଆଜେକ୍ସ କରିଥିବା ଭୁଲର ପ୍ରତିବାଦ ରେ ଆଜେକ୍ସ ଠୁ ଦୁରେଇ ଯାଇ ନିଜ ପୁରୁଣା ପ୍ରେମିକ ରଶ୍ମି ରଞ୍ଜନଙ୍କ ଶହ ମିଳା ମିଶା କରିଥିଲେ ଜିଜ୍ଞାସା । ଯାହାକୁ ସହି ପାରିନଥିଲେ ଆଜେକ୍ସ । ଗତକାଲି ଜିଜ୍ଞାସାକୁ ପଚରା ଉଚରା କରିବା ବେଳେ ଏହିସବୁ ସାଙ୍ଘାତିକ ତଥ୍ୟ ପାଇ ଛି ପୋଲିସ ।ଅନ୍ୟପଟେ ଜିଜ୍ଞାସା ଦେଇଥିବା ତଥ୍ୟ ଆଧାରରେ ପୋଲିସ ପାଖରେ ଥିବା ଡିଜିଟାଲ ତଥ୍ୟ ସହିତ ମେଳ କରି ତଦନ୍ତ ଆଗେଇଛି ପୋଲିସ । ସେପଟେ ତଦନ୍ତ ପ୍ରକ୍ରିୟା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଜେକ୍ସ ଙ୍କ ମା ଓ ଭଉଣୀ,ଘଟଣା ଶନିବାର ରାତିରୁ ଘଟିସାରିଥିବା ବେଳେ ଏଯାଏଁ ତାଙ୍କୁ ନ୍ୟାୟ ମିଳି ପାରିଲାନି ବୋଲି ଅଭିଯୋଗ କରିଛନ୍ତି, ଜିଜ୍ଞାଶା ପୋଲିସ ଆଗରେ ଦେଉଥିବା ବୟାନ ମିଛ ବୋଲି କହିଛନ୍ତି ଆଜେକ୍ସଙ୍କ ମା,ପୁଅ ମୋବାଇଲ,ଝିଅ ମୋବାଇଲ, ସିସିଟିଭିକୁ ଭଲ କରି ଯାଞ୍ଚ କଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ମା ଓ ଭଉଣୀ। ଦରକାର ପଡିଲେ ଆଗକୁ ପୁଣିଥରେ ଏହି ତଥ୍ୟକୁ ନେଇ ଜିଜ୍ଞାସା, ଆଜେକ୍ସଙ୍କର ପରିବାର ଲୋକେ ଓ ଅନ୍ୟ ଜଣେ ପ୍ରେମିକାଙ୍କୁ ପଚରା ଉଚରା କରିବା ସହ ଜିଜ୍ଞାସା କୁ ପଚରା ଉଚୁରା କରିବ ବୋଲି ପୋଲିସ କହିଛି ।