ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ । ଆଜି ପୁଣି 30ଟି ସ୍ଥାନରେ ଲାଗିଛି ନିଆଁ । ଉତ୍ତର ଶିମିଳି ପାଳର ଗୁଡୁ ଗୁଡ଼ିଆ, କେନ୍ଦୁ ମୁଣ୍ଡି ଏବଂ ଦକ୍ଷିଣ ଶିମିଳିପାଳର ତାଳବନ୍ଧ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଛି । ଗୋଟାଏ ପାହାଡରୁ ଅନ୍ୟ ପାହାଡକୁ ଡେଇଁ ଚାଲିଛି । ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଉଛି । ନିଆଁକୁ ଲିଭାଇବାରେ ନାକେଦମ୍ ହୋଇପଡିଲାଣି ବନବିଭାଗ । ଗତକାଲି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ୧୩ଟି ପଏଣ୍ଟରେ ଲାଗିଥିଲା ନିଆଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: