ମାଝିପାଲିରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟର୍ ମିଡ଼ିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ, ଚମଡା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଅଧିକ ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ। ସେହିପରି ସମ୍ବଲପୁରରେ ଭେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ରୋବଟିକ୍ସ ସେଣ୍ଟର’କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭେଦିକ୍ ଗ୍ରୁପ୍ ଶିକ୍ଷାଦାନ ପଦ୍ଧତିରେ ନୂଆ ନୂଆ ଟେକ୍ଲୋଲୋଜି ଆପଣାଇଛି ।ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଶିକ୍ଷା ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହାର ଆଭିମୁଖ୍ୟ ପ୍ରଶଂସନୀୟ । ନୂଆପୀଢିଙ୍କ ଦାୟିତ୍ବ ଆମେ ଯେତେ ନେବା, ଆମ ସମାଜରେ ସମ୍ପନ୍ନତା ସେତେ ବଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସେହିପରି ସମ୍ବଲପୁର ୟୁନିଭର୍ସିଟି ବିଜୁ ପଟ୍ଟନାୟକ ଅଡିଟରିୟମରେ ଆୟୋଜିତ ସନ୍ଥ କବି ଭୀମଭୋଇ ଓ ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାସ୍କୃତିକ ଐତିହ୍ୟ ଉପରେ ୬ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି ଅବସରରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେଓଗଡ ଓ ସୁନ୍ଦରଗଡ଼ ଜିଲ୍ଲାରେ 42ଟି ଡାକଘରର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇଥିଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ଅନ୍ୟପଟେ ଫୁଟବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ପିଲାଙ୍କ ମନୋବଳ ବଢାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ସମ୍ବଲପୁର ଷ୍ଟେସନରୁ `ଆସ୍ଥା' ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 15 ଶହ 12ଜଣ ରାମଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ୍।