ଦିନିକିଆ ଅନୁଗୁଳ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକାର ଶ୍ରମିକ କଲ୍ୟାଣ ପାଇଁ ବହୁବିଧ ପଦକ୍ଷେପ ନେଇଛନ୍ତି । ସମସ୍ତଙ୍କୁ କାମ, ସମସ୍ତଙ୍କୁ ସମ୍ମାନ ଉପରେ ଗୁରୁତ୍ବାରୋପ କରାଯାଇଛି । ଦେଶର ସର୍ବନିମ୍ନ ମଜୁରୀରେ ସର୍ବାଧିକ ବୃଦ୍ଧି ମୋଦି ସରକାର କରିଥିଲେ । ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିଥିଲେ କେନ୍ଦ୍ର ସରକାର । ଏବେ ଶ୍ରମର ପରିଭାଷା ବଦଳୁଛି, ଶ୍ରମ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହେଉଛି । ଗରିବ ଲୋକଙ୍କୁ ଅଧିକାର ଦେବାର ଦାୟିତ୍ବ ଆମର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ନାଲକୋ ସହ 40 ବର୍ଷର ସମ୍ପର୍କ ରହିଛି । ଗରିବ ଲୋକଙ୍କ ହକ ପାଇଁ ଲଢ଼ୁଥିବା ସବୁ ମଝଦୁର ସଙ୍ଘ ଏକାଠି ରହିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ନାଲକୋ ର ଡ଼ିସଇନଭେଷ୍ଟମେଣ୍ଟ ହେବ ନାହିଁ କି ଘରୋଇ କରଣ ହେବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ESI ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରମିକ ସଙ୍ଘ । କ୍ୟାମ୍ପାସ ପରିସର ରେ ଥିବା ଦୁଇଟି ସ୍କୁଲ ର ସାଙ୍କସନ ଷ୍ଟ୍ରେନ୍ଥ ଅନୁସାରେ ସ୍ଥାୟୀ ଶିକ୍ଷକ ବ୍ୟବସ୍ଥା କରିବା ସହ କଲୋନୀ ଭିତରୁ ସ୍କୁଲ ପିଲାଙ୍କ ପାଇଁ ବସ ଚଳାଚଳ କରି ବାକୁ ନାଲକୋ ଏକଜୁକ୍ୟୁଟିଭ ଡାଇରେକ୍ଟର ଭୀମସେନ ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଖୁବ ଶୀଘ୍ର ଏଲ ଭି ପ୍ରସାଦଙ୍କ ସହ ଆଲୋଚନା କରି ନାଲକୋ ରର ଚକ୍ଷୁ ଚିକିତ୍ସାଳୟ ଖୋଲାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ର ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ନାଲକୋ ଇ ଡି ଭୀମସେନ ପ୍ରଧାନ, ମଝ ଦୂର ସଙ୍ଘ ରାଜ୍ୟ ସଭାପତି ପୃଥ୍ୱୀ ରାଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୋଳରେ ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲି । ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସହିତ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ।ମୁଁ ଶ୍ରମିକ ଅଞ୍ଚଳରୁ ଆସିଛି ଏବଂ ପିଲା ଦିନରୁ ଏହାକୁ ଭଲ ଭାବରେ ବୁଝିଛି ।ଗରିବ ଓ ଶ୍ରମିକଙ୍କ ସ୍ୱାର୍ଥ ଏବଂ ହକ୍ ପାଇଁ ଲଢୁଥିବା ସଂଗଠନକୁ ସବୁବେଳେ ସମର୍ଥନ କରିଆସିଛି। pic.twitter.com/qtTpWW6R9n — Dharmendra Pradhan (@dpradhanbjp) May 21, 2023
ଆହୁରି ପଢନ୍ତୁ ଓଡିଶା ଖବର...