କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତି ମୁହୂର୍ତ୍ତରେ ଓଡିଆଙ୍କ ଅସ୍ମିତା ଓ ଆକାକ୍ଷାଂର କଥା କହୁଥିବା ନେତା । ପଲ୍ଲୀରୁ ଦିଲ୍ଲୀ...ଯୁଆଡେ ଗଲେ ବି ଓଡ଼ିଆଙ୍କର କଥା କହିବାକୁ ସେ କେବେ ବି ଭୁଲନ୍ତି ନାହିଁ । ସେଇଥି ଲାଗି ତ ସରକାରୀ ସଭାରେ ଓଡ଼ିଆଙ୍କୁ ଭୂରିଭୂରି କରନ୍ତି ପ୍ରଶଂସା । ୨୦୧୪ରୁ କେନ୍ଦ୍ରରେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଅଛନ୍ତି, ପ୍ରତିଦିନ ଅନେକ ସ୍ଥାନକୁ ଗସ୍ତ ବି କରୁଛନ୍ତି । ଆଉ ପ୍ରତି ଗସ୍ତ ସମୟରେ ଓଡ଼ିଆଙ୍କର କଥା କୁହନ୍ତି, ପ୍ରଶଂସା କରନ୍ତି । ନିଜେ ଓଡ଼ିଆର ପରିଚୟ ଦେବା ସହିତ ଓଡ଼ିଶାର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଆଉ ଧର୍ମେନ୍ଦ୍ରଙ୍କର ଏମିତି ଓଜସ୍ଵନୀୟ ଭାଷଣକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । କିନ୍ତୁ ଓଡ଼ିଆଙ୍କ ଆକାକ୍ଷାଂର କଥା କହିଥିବାରୁ ଏବେ ଆଲୋଚନା ଜୋର ।
ଓଡ଼ିଆଙ୍କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁବେଳେ ପ୍ରଶଂସା କରନ୍ତି ଧର୍ମେନ୍ଦ୍ର । ରାଜ୍ୟରୁ ନିର୍ବାଚିତ ହୋଇନଥିଲେ ବି ପ୍ରତିଦିନ ରାଜ୍ୟର ବିକାଶ ଗାଡି କେମିତି ଘାଏଁ ଘାଏଁ ଗଡିବ ସେନେଇ ଚିନ୍ତା କରନ୍ତି । ଆଉ ଏହାରି ଭିତରେ ସମ୍ବଲପୁରରୁ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ବାସ୍ ଏହି ଖବର ସମ୍ବଲପୁରରେ ପହଞ୍ଚିବା ପରେ ବାଜା ବଜାଇ ବାଣ ଫୁଟାଇ ନାଚଗୀତ କରିଥିଲେ ସମ୍ବଲପୁରବାସୀ । ଖାଲି ଏତିକି ନୁହେଁ ବରଂ ତାଙ୍କ ଉପରେ ଜାଲ ପକାଇଥିଲେ ଶୁଭେଚ୍ଛୁ । ଏ ସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଧର୍ମେନ୍ଦ୍ରଙ୍କ ପ୍ରତି ଓଡ଼ିଆ ନେତା ବିରଳ ।