ସ୍ଥାନ-ମୟୂରଭଞ୍ଜ । କାର୍ଯ୍ୟକ୍ରମ-ନିର୍ବାଚନୀ ସଭା । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ପହଞ୍ଚିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରିପଦା ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ହେଲେ ମୟୂରଭଂଜ ମାଟିର ଝିଅ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଅଛନ୍ତି । ଏ କଥା ବି ନବୀନ ବାବୁ ଭଲରେ ଜାଣିଛନ୍ତି । କାରଣ ପୂର୍ବରୁ ଦ୍ରୌପଦୀଙ୍କୁ ନିଜ ଭଉଣୀ କହିବା ସହ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ମଂଚ ଉପରେ ନବୀନଙ୍କୁ ଭୁଲ ଲେଖାଥିବା କାଗଜ ପାଣ୍ଡିଆନ ଜାଣିଶୁଣି ଦେଇଥିବା ଚର୍ଚ୍ଚା ହେଲା ।
ନିର୍ବାଚନୀ ସଭା କରିବାକୁ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ନବୀନ ବାବୁ । ହେଲେ ସଭାରେ ସମାନ ସ୍କ୍ରିପ୍ଟ ପଢୁଛନ୍ତି । ଆଉ ଏହି ସମୟରେ ମାଇକ ଧରି ଛିଡା ହେଉଛନ୍ତି ଗୁମାସ୍ତା । ଖାଲି ମାଇକ ଧରୁଛନ୍ତି ତାହା ନୁହେଁ ବରଂ ପ୍ରମ୍ପଣ୍ଟିଂ ବି କରୁଛନ୍ତି । ଏ ସବୁ ଚିତ୍ର ଦେଖିବା ପରେ ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ଲୋକେ କହୁଛନ୍ତି, ଯିଏ ନିଜେ ଦୁଇଧାଡି ମନରୁ କହିପାରୁନାହାନ୍ତି, ନିଜ ମାଇକ ନିଜେ ଧରିପାରୁନାହାନ୍ତି? ତାଙ୍କୁ କେଉଁ ଭରସାରେ ଶାସନ କରିବାକୁ ଭୋଟ ଦିଆଯିବ ?
ମୋଟ୍ ଉପରେ, ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଦୁଇଦିନ ତଳେ ମୟୂରଭଂଜ ଗସ୍ତ କରିଥିଲେ ନବୀନ ବାବୁ । ସାଙ୍ଗରେ ଥିଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ଆଉ ଚିରାଚରିତ ଢଙ୍ଗରେ ନବୀନ ବାବୁ ଆରମ୍ଭରୁ ପ୍ରଶ୍ନ କରିଥିଲେ ଅମକ ଯୋଜନା ଭଲ କି ? ସମକ ଯୋଜନା ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବାସ୍ ଏହାପରେ ମାଟିର ଝିଅ କଥା କହୁକହୁ କହିଲେ, ଏଇ ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ବାସ୍ ଏତିକି କଥା କହିବା ପରେ ପାଖରେ ଥିବା ପାଣ୍ଡିଆନ ସଙ୍ଗେ ସଙ୍ଗେ ଏହା ଭୁଲ ବୋଲି କହିବା ସହ କ୍ଷମା ପ୍ରାର୍ଥନା କରିବାକୁ କହିଲେ । ଆଉ ନବୀନ ବି ବିନା ସଂକୋଚରେ କ୍ଷମା ପ୍ରାର୍ଥନା କରିବା ସହିତ ମାଟିର ଝିଅ ରାଷ୍ଟ୍ରପତି କହିଲେ । ନବୀନ ବାବୁ ଜାଣିଶୁଣି ଭୁଲ କହିଲେ ଆମୋ ଆଦୌ କହୁନାହୁଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମିତି ଭୁଲ ସ୍କ୍ରିପ୍ଟ କେମିତି ପାଣ୍ଡିଆନ ଲେଖିକି ଦେଲେ ସେନେଇ ପ୍ରଶ୍ନ ହେଉଛି । କିନ୍ତୁ ଏମିତି ଶାସନକର୍ତ୍ତାକୁ ଆଉ ସମୟ ଦେଇହେବ ନାହିଁ ବୋଲି ଆଜି ଧର୍ମେନ୍ଦ୍ର କହିବା ପରେ ଚର୍ଚ୍ଚା ଜୋର ଧରିଛି ।