ସକାଳ ୯ ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦ରୁ ଅଧିକ ସେକ୍ଟର ନିମନ୍ତେ ୭୦ରୁ ଉର୍ଦ୍ଧ୍ୱ କମ୍ପାନୀ ରାଜ୍ୟ ତଥା ରାଜ୍ୟ ବାହାରୁ ନାମିଦାମି କମ୍ପାନୀ ଏଠି ଯୋଗ ଦେଇଛନ୍ତି । ସେନେଇ ଉଭୟ ଅନଲାଇନ୍ ଓ ଅଫଲାଇନରେ ଜିଲ୍ଲାରେ ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପଞ୍ଜକୃତ କରାଯାଇଥିଲା । ତେବେ ପାଖାପାଖି ୮ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏଠାକୁ ନିଯୁକ୍ତି ପାଇଁ ଆସିବେ । ତେଣୁ ବିଭାଗୀୟ ତରଫରୁ ଆସିଥିବା ଯୁବକ ଯୁବତୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ବିଭାଗର CEO । ଏନେଇ କୌଶଳ ମହୋତ୍ସବକୁ ଆସିଥିବା ଯୁବକ ଯୁବତୀମାନେ ବେସ ଉତ୍ସାହର ସହ ଲମ୍ବା ଧାଡିରେ ଛିଡା ହୋଇ ରେଜିଷ୍ଟ୍ରେସନ କରୁଥିବା ଦେଖିବାକୁ ମିଳିଛି ।
ସେପଟେ ପ୍ରଥମ ଥର ଏହି ଅଞ୍ଚଳରେ ଏତେ ବଡ ନିଯୁକ୍ତି ମେଳା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ଅବିଭାବକ ।