ଏଠି ବର୍ଷକ ୧୨ ମାସ ଶିକୁଳିରେ ବନ୍ଧା ହୋଇ ରତ୍ନ ବେଦୀରେ ପୂଜା ପାଆନ୍ତି ମହାପ୍ରଭୁ । ଆଉ ରଥଯାତ୍ରା ଦିନ ଶିକୁଳିରୁ ମୁକ୍ତି ପାଆନ୍ତି । ଶିକୁଳି ଖୋଲା ଯାଇ ରଥାରୂଢ଼ ହୋଇ ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ହେଲେ ଏ ବିଚିତ୍ର ପରମ୍ପରା କଣ ପାଇଁ ...ଜଗତର ନାଥ ଜଗନ୍ନାଥଙ୍କୁ ଶିକୁଳିରେ ବାନ୍ଧି କାହିଁକି ପୂଜା କରାଯାଏ । ଏହାପଛରେ ରହିଛି ଏକ ଲୋକ କଥା....
ଚମ୍ପାଗଡ଼ରୁ କାକଟପୁରକୁ ରଥାରୂଢ ହୋଇ ଜଗତରନାଥ ଜଗନ୍ନାଥ ବହୁ ବର୍ଷ ପୂର୍ବେ ଚାଲିଆସିଥିଲେ । ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲା । ଆଉ ସେବେଠୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି । ସେବେ ଠାରୁ କାଳିଆ ସାଆନ୍ତଙ୍କୁ ଲୁହା ଶିକୁଳିରେ ବାନ୍ଧି ମନ୍ଦିରରେ ପୂଜା ପାଇ ଆସୁଛନ୍ତି । କାଳେ ମହାପ୍ରଭୁ ଯେଉଁଠୁ ଆସିଥିଲେ ସେଇଠିକୁ ଚାଲିଯିବେ ସେହି ଭୟରେ ଭକ୍ତି ଭାବରେ ଲୁହା ଶିକୁଳିରେ ବନ୍ଧା ଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ଲୁହା ଶିକୁଳିରେ ଆଦୌ କଳଙ୍କି ଲାଗେ ନାହିଁ।
ଭାରତ ବର୍ଷରେ ସବୁ ସ୍ଥାନରେ ନନ୍ଦିଘୋଷ ରଥ ଦଉଡିରେ ଟଣା ଯାଉଥିବାବେଳେ କାକଟପୁରରେ ଲୁହା ଶିକୁଳି ଦଉଡ଼ିରେ ରଥଟଣାର ପରମ୍ପରା ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ ।
ଆହୁରି ପଢନ୍ତୁ ଓଡିଶା ଖବର...