ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ବିଧାୟକ ଆହିରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ରାଜ୍ୟରେ ମୋଟ ୨,୦୭,୮୧, ୫୮୨ ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଖାତା ଖୋଲାଯିବା ଦ୍ୱାରା ଗରିବ ଶ୍ରେଣୀର ଲୋକେ ୯୨୯୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି । ଓଡ଼ିଶାର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ଯୋଜନାରେ ଅଧିକରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇ ଦଶନ୍ଧି ଦଶନ୍ଧି ଧରି ବ୍ୟାଙ୍କ ସେବା ପାଇ ନଥିବା ଲୋକଙ୍କ ପାଖରେ ଆଜି ବ୍ୟାଙ୍କ ଡୋରଷ୍ଟେପରେ ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଗରିବ, ଚାଷୀ, ମହିଳା, ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିଛି ।
ଓଡ଼ିଶା ସରକାର “ଆମ ବ୍ୟାଙ୍କ” ନାମରେ ଭାରତ ସରକାରଙ୍କ ବିଭିନ୍ନ ଆର୍ଥିକ ସମାବେଶର ଯୋଜନାକୁ ଓ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ସେବାର ବ୍ୟାପକତାର ପ୍ରଚେଷ୍ଟାକୁ ହଡପ କରିବାକୁ ଚେଷ୍ଟା ଚଳାଇଛନ୍ତି । ନବୀନ ସରକାରଙ୍କ ଅବ୍ୟବସ୍ଥା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁବେଳେ ପର ଘର ତିଅଣରେ ଅତିଥି ଚର୍ଚ୍ଚା କରନ୍ତି ବୋଲି କହିଛନ୍ତି ସୂର୍ଯ୍ୟବଂଶି । ନୂଆ ଖୋଲିବାକୁ ଯାଉଥିବା ସମସ୍ତ CSP ପ୍ଲସ୍ କାଉଣ୍ଟର ଗୁଡ଼ିକରେ ମିଳୁଥିବା ସମସ୍ତ ସେବା ଭାରତ ସରକାରଙ୍କର । ଭାରତ ସରକାରଙ୍କ ରାଷ୍ଟ୍ରାୟତ ବ୍ୟାଙ୍କ ଓ ସେମାନଙ୍କ ଦ୍ୱାରା ନିୟୋଜିତ ବ୍ୟାଙ୍କ ମିତ୍ର ଲୋକଙ୍କୁ ସେବା ଯୋଗାଉଛନ୍ତି ।
ଆହିରି କହିଛନ୍ତି, ଏହି ନୂଆ କାଉଣ୍ଟର ଗୁଡ଼ିକରେ ଭାରତ ସରକାରଙ୍କ ସହଯୋଗର କିଛି ବି ଚିହ୍ନବର୍ଣ୍ଣ ନଥିବା ଭଳି ମନେହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ, ଏହା ହେଉଛି ଓଡ଼ିଶା ସରକାରଙ୍କ CSP ସ୍କିମ୍ । ଓଡ଼ିଶା ସରକାର ବାସ୍ତବିକ ଏହି ଯୋଜନା ବାବଦରେ କିଛି ନକରି ମିଛରେ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାର ଅର୍ଥ କଣ ? ୨୦୧୪, ୨୦୧୬, ୨୦୧୮ ମୁଖ୍ୟମନ୍ତ୍ରୀ ନିଜସ୍ୱ ଯୋଜନାରେ ବ୍ୟାଙ୍କ ସେବା ପ୍ରତି ପଞ୍ଚାୟତରେ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶ୍ରୁତି କୁଆଡେ ଗଲା ? ଏବେ ପୁଣି ନିର୍ବାଚନ ଆସିବାରୁ ପୁଣି ନୂଆ ଶୁଆଙ୍ଗ କାହିଁକି ?
ସମସ୍ତ ଅଣସେବା ପ୍ରାପ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ୟାଙ୍କ ଓ ଆର୍ଥିକ ସେବା ପହଁଚାଇବା ପାଇଁ ମାର୍ଚ୍ଚ ୨୦୧୭ରେ ନବୀନ ଓଡ଼ିଶାଙ୍କ ଓଡ଼ିଶା ଜୀବିକା ମିସନ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବୁଝାମଣା କରିଥିଲେ । ସେ ବୁଝାମଣାର ସ୍ଥିତି ଆଜି କଣ ? ରାଜ୍ୟର ଜନସାଧାରଣଙ୍କୁ ଜଣାଇବେ କି ? କେତେ ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାର ନିଜ ବ୍ୟାଙ୍କ ସେବା ପହଞ୍ଚାଇଲେ ? ପିଠା ଆଉ ଯୁବ ବାହିନୀ ଭଳି ଯୋଜନା ସର୍ବସ୍ଵ ହୋଇ ରହିଗଲା କି ପ୍ରଚାର ସର୍ବସ୍ୱ ନବୀନ ସରକାର ? ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ କୌଣସି ଦୂରଦୃଷ୍ଟି, ରୋଡ଼ମ୍ୟାପ କିମ୍ବା ରଣନୀତି ନକରି କେବଳ ନିର୍ବାଚନକୁ ନଜର କରି ପ୍ରଚାର ଉଦ୍ଦେଶ୍ୟରେ ଏହି ଅପଚେଷ୍ଟା ରଚୁଛନ୍ତି ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ ।