ଅଧିକ ପଢନ୍ତୁ : ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ଚାଳିଶ ଚେନ ଗ୍ରାମର ତପନ ମଣ୍ଡଳଙ୍କ ପରିବାର । ପୁଅ ସୁରକ୍ଷିତ ଉଦ୍ଧାର ହେବା ପରେ ଏବେ ତପନର ଘର ଆଗରେ ଲାଗିଛି ଗାଁ ଲୋକଙ୍କ ଭିଡ଼ । ଦୀର୍ଘ ୧୭ଦିନ ଧରି ପୂଜାର୍ଚ୍ଚନା ପରେ ଡାକ ଶୁଣିଲେ ଭଗବାନ । ସୁରକ୍ଷିତ ଉଧାର ହେଲେ ସମସ୍ତେ । କେବଳ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ ନୁହେଁ ସମସ୍ତ ୪୧ ଜଣ । ଏହି ଖୁସିର ମୁହୂର୍ତ୍ତରେ ବିଜେପିର ଏକ ଟିମ ପହଞ୍ଚି ଥିଲା ତପନଙ୍କ ପରିବାରଙ୍କ ପାଖରେ। ପରିବାର ଲୋକଙ୍କୁ ମିଠା ଖୁଆଇ ଖୁସି ମନାଇଥିଲା ବିଜେପି ଟିମ ।
ଗତ ୧୨ ତାରିଖରେ ଟନେଲ ଭିତରେ ରାତି ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ହଠାତ ଘଟିଥିଲା ଅଘଟଣ । ୪୧ଜଣ ଶ୍ରମିକ ସେହି ଟନେଲ ଭିତରେ ଫସି ରହିଥିଲେ । ଚାଳିଶ ଚେନ ଗ୍ରାମର ତପନ ମଧ୍ୟ ସେହି ଭିତରେ ଫସି ରହିଥିଲେ । ତପନ ନିଜ ବଡ଼ ଭାଇଙ୍କ ସହ ୬ମାସ ପୂର୍ବରୁ ଉତ୍ତର କାଶୀ ବୁଲିବାକୁ ଯାଇଥିଲା । ପରେ ଭାଇର ପରାମର୍ଶରେ ଟନେଲରେ ହେଲ୍ପର ଭାବେ ନିଯୁକ୍ତି ପାଇ କାମ କରୁଥିଲେ । ହେଲେ କିଏ ଜାଣିଥିଲା ଟନେଲ ଭିତରେ ଏମିତି ବିପଦ ଚାହିଁ ରହିଥିବ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଟନେଲ ଭିତରୁ ସୁରକ୍ଷିତ ଉଧାର ହେବା ପରେ ଏବେ କେତେବେଳେ ତପନ ଘରକୁ ଫେରିବ ଅପେକ୍ଷାରେ ପୁରା ପରିବାର ।