କୋୱିନ୍ ପୋର୍ଟାଲରେ ଏହି ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ସ୍କୁଲ ଗୁଡ଼ିକରେ ଟୀକା ଦିଆଯିବ । ଟୀକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ଵୟ ରଖି କରାଯିବ ଟୀକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ ।
28 ଦିନ ବ୍ୟବଧାନରେ ଦୁଇଟି ଡୋଜ ଟୀକା ଦିଆଯିବ । ଏବେ ରାଜ୍ୟରେ 15 ଲକ୍ଷ 47 ହଜାର କର୍ଭିଭାକ୍ସ ଟୀକା ମହଜୁଦ ଅଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟୀକା ପହଞ୍ଚଯିବ । ଟୀକା ନେବାକୁ ରାଜ୍ୟରେ 12ରୁ 14 ବୟସ ବର୍ଗର 15 ଲକ୍ଷ 21 ହଜାର ପିଲା ରହିଛନ୍ତି । ଏମାନଙ୍କ ଟୀକାକରଣ ଲାଗି 3 ହଜାର ଟିକାଦାତା ଓ 3 ହଜାର ଭେରିଫାୟାରଙ୍କୁ ନିୟୋଜିତ କରାଯାଇଛି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।