ଏ ହେଉଛି ବାଲେଶ୍ବର ସହରର ନୂଆ ବଜାର ମାର୍କେଟ ର ଚିତ୍ର । ଗତ ୨ ଦିନ ମଧ୍ୟରେ ପରିବା ଦର ଯାହା ଥିଲା, ବାତ୍ୟାର ଖବର ପରେ ତାହା ୨ ଗୁଣା ଅଧିକ ଦରରେ ବିକ୍ରୀ ଚାଲିଛି। ବଜାରରେ ବାଇଗଣ କିଲୋ ପିଛା ୬୦ ଟଙ୍କା ଥିବା ବେଳେ କଲରା ୮୦ ଟଙ୍କା, ବିଲାତି ୮୦, ଜହ୍ନି ୫୦ ଟଙ୍କା ଆଉ ପୋଟୋଲ ଓ ଭେଣ୍ଡି କିଲୋ ପିଛା ୮୦ ଟଙ୍କା ପହଞ୍ଚିଲାଣି। ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି ଅଧିକ ହେବ ବୋଲି ଦୋକାନୀ ଆଶଙ୍କା କରୁଛନ୍ତି।
ଅଧିକ ପଢନ୍ତୁ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଅନ୍ୟ ସ୍ଥାନରେ ପରିବା ଦର ସ୍ଥିର ରହିଥିବା ବେଳେ କିଛି ଜାଗା ରେ ବାତ୍ୟା ପ୍ରଭାବ ରୁ ପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି । ଫଳରେ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଯୋଗାଣ ବିଭାଗ ର ବୈଠକ ବସିବାକୁ ଥିବା ବେଳେ ରାଜ୍ୟସରକାରଙ୍କ ବାତ୍ୟା ସହ କଳାବଜାରୀ ରୋକିବା ଉପରେ ରହିଛି ନଜର