କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ । କାର୍ତ୍ତିକ ମାସରେ ସାଧାରଣତଃ ପରିବା ଦର ଉଚ୍ଚା ଥାଏ । ମାତ୍ର ଛତ୍ର ବଜ଼ାର ପରିବା ମଣ୍ଡିରେ ପନିପରିବା ଦର ଅହେତୁକ ବୃଦ୍ଧି ଗ୍ରହାକଙ୍କ ଚିନ୍ତା ବଢାଇଛି । ଯେହେତୁ ଆଜିଠାରୁ ପବିତ୍ର କାର୍ତ୍ତିକ ମାସ ତେଣୁ ଆଜିଠାରୁ ଅଧିକାଂଶ ଘରେ ଆମିଷ ପଶିବା ବନ୍ଦ ହୋଇ ଯାଇଥାଏ। ଘରେ ଦୈନିକ ଖାଇବା ପାଇଁ ଅଧିକ ପନି ପରିବା ଉପରେ ଆବଶ୍ୟକ ହୋଇଥାଏ। ଆଜି କୌଣସି ପରିବା ଦର ୫୦ ତଳକୁ ମିଳୁ ନାହିଁ।
ଦୈନିକ ରୋଷେଇ ଘରେ ଆବଶ୍ୟକ ପଡ଼ୁଥିବା ବିଲାତି 70 ରୁ80 ଟଙ୍କା, ବାଇଗଣ 70 ଟଙ୍କା, ପୋଟଳ 50 ଟଙ୍କା , ବନ୍ଧା କୋବି 50 ଟଙ୍କା , ଜହ୍ନି 70 ଟଙ୍କା ବିନ 120, ଝୁଡଙ୍ଗ 70 କିଲୋ ପ୍ରତି ରହିଛି।କେବଳ ଅମୃତ ଭଣ୍ଡା 25 ଆଳୁ 30 ଟଙ୍କା ପର୍ଯ୍ୟନ୍ତ କିଲୋ ପ୍ରତି ରହିଛି। ଅଦା ଓ ରସୁଣ କିଲୋ ୩୦୦ ପାର୍। ସ୍ଥାନୀୟ ଅଞ୍ଚଳରୁ ଅଧିକ ପନିପରିବା ଆସି ପାରୁନାହିଁ ଓ ବାହାର ରାଜ୍ୟ ମାନଙ୍କ ରୁ ଫସଲ କମ ହେଉଥିବା କାରଣରୁ ଓଡ଼ିଶାକୁ ଆସୁଥିବା ପରିବା ଅଧିକ ଆସି ପାରିନାହିଁ । ଯାହା ଫଳରେ କମ୍ ଆମଦାନୀ ହେଉଥିବା କାରଣରୁ ଅଧିକ ଦର ରେ ବିକ୍ରି ହେଉଥିବା କଥା କହିଛନ୍ତି ବ୍ୟବସାୟୀ।