ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି | ଯେଉଁ ପାଣି ଆସୁଛି ତାବାବି ସମୁଦ୍ରକୁ ସଂଙ୍ଖେଭଳି। ଗୋଟେ ଗରା ଭରିବା ପାଇଁ ଘଣ୍ଟେ ଲାଗୁଛି। ତେଣୁ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ସେଭଳି ଆବାସ, ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତା ପର୍ଯ୍ୟନ୍ତ। ସମସ୍ତ ସରକାରୀ ସହାୟତାରୁ ଅଧାରୁ ଅଧିକ ଲୋକ ବଞ୍ଚିତ ଅଛନ୍ତି |ରାଜ୍ୟରେ ଦୀର୍ଘ ୨୫ ବର୍ଷର ସ୍ଥିର ବିଜେଡି ସରକାର ଗାଁ କୁ ଅଣଦେଖା କରିଛନ୍ତି , ତେବେ ନୂତନ ଭାବେ ଦାୟିତ୍ତ୍ବ ନେଇଥିବା ବିଧାୟକ ଅଗସ୍ତି ବେହେରା ସ୍ଥାନୀୟ ସମସ୍ୟାର ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: