ଅଧିକ ପଢନ୍ତୁ : ପୁଣି ଛେଚିବ...
ଓଡ଼ିଶାରେ ଆସନ୍ତା ୨୬ ତାରିଖରୁ ପଶ୍ଚିମାଝଡ଼ ର ପ୍ରଭାବ ଦେଖିବାକୁ ମିଳିବ । ୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାର ଗଂଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼, ପୁରୀ ସମେତ ପାର୍ଶ୍ଵବର୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ।
ସେହିପରି ୨୭ ତାରିଖରେ ୧୧ ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସମ୍ଭାବନା । ଏଥିସହ ପୂର୍ବ ପଶ୍ଚିମାଝଡ଼ର ପ୍ରଭାବ ୧୫ ରୁ ୨୧ ତାରିଖ ଯାଏ ରହିଥିବା ବେଳେ ଆଗାମୀ ପଶ୍ଚିମାଝଡ଼ରେ ପ୍ରଭାବ ଯଥେଷ୍ଟ କମ ରହିବ ବୋଲି ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପଶ୍ଚିମାଝଡ଼ ପ୍ରଭାବରେ କିଛି ମାତ୍ରାରେ କମିପାରେ ଦିନ ତାପମାତ୍ରା ।