ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ଓ ବରଗଡ଼ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
୧୮ ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ସତର୍କ ସୂଚନା । ଅନ୍ୟପଟେ ଉବୁଟୁବୁ ଅବସ୍ଥାରେ ହୀରାକୁଦ ଜଳଭଣ୍ଡାର । ବିପଦ ସଙ୍କେତ ୬୩୦ ଫୁଟ୍ ରହିଥିବା ବେଳେ ଜଳସ୍ତର ସମାନ ସ୍ତରରେ ପହଞ୍ଚିଛି । ଫଳରେ ବର୍ଷା ପୁଣି ବନ୍ୟା ବିପତ୍ତି ଆଣିପାରେ ବୋଲି ଆଶଙ୍କା କରାଯାଉଛି ।