ହେଲେ ଦିନ 9 ଟା ପରେ ପ୍ରବଳ ଗରମ ଅନୁଭୂତ ହେଉଛି । ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ଏବେଠୁ ଏତେ ଗରମ ହେଉଥିବାବେଳେ ଆଗକୁ କ'ଣ ହେବ ସେହି ଚିନ୍ତାରେ ସମସ୍ତେ ।
କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । ହେଲେ ଏବେ ଆଉ ସେ ଶୀତ ନାହିଁ କି ସେ ଥଣ୍ଡା ପବନ ନାହିଁ । ମାଘରେ ବୈଶାଖ ଭଳି ତାତି । ଉତ୍ତପ୍ତ ସାରା ଓଡିଶା । ଝାଞ୍ଜି ପବନକୁ ପ୍ରବଳ ଗୁଳୁଗୁଳି ଏବେଠୁ ଅନୁଭୂତ ହେଲାଣି । ଯଦି ମାଘରେ ଏତେ ଗରମ ହେଉଛି ତେବେ ବୈଶାଖରେ କଣ ହାଲତ ହେବ ତାହା ଏବେ ସମସ୍ତଙ୍କୁ ଘାରିଛି ।
ଦିନକୁ ଦିନ ପାଣିପାଗ ବିଗିଡିବାରେ ଲାଗିଛି । ଏଥର ବିଳମ୍ବରେ ଶୀତ ଅନୁଭୂତ ହୋଇଥିଲା । ଆଉ ଖୁବ ଶୀଘ୍ର ମଧ୍ୟ ଚାଲି ଯାଇଛି । ସେପଟେ ଖୁବ ଶୀଘ୍ର ଫେରିଛି ତାତି । ଯାହାକୁ ନେଇ ସାଧାରଣ ଜନତାଠୁ ଆରମ୍ଭ କରି ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି ।
ଆହୁରି ପଢନ୍ତୁ ପାଣିପାଗ ଖବର...