ସେପଟେ ବଲେବଲେ ଢାବାରେ ପ୍ରଶାସନ ଲଟକା ଲଗାଇବା ପରେ ରାତାରାତି ହୋଇଥିଲା ଢାବା ଖାଲି । ଆଉ ଏବେ ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ କର୍ମଚାରୀ ଢାବାରେ ପକାଇଛନ୍ତି ତାଲା । ତେବେ କେମିତି ଏଠି ବେଆଇନ୍ ଭାବେ ଢାବା ଚାଲିଥିଲା ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ । ସମସ୍ତ ଅଧିକାରୀଙ୍କ ଗୋଟିଏ କଥା ବିଡିଓ ସାର୍ ଦେଇପାରିବେ ସବୁ ଉତ୍ତର ।
ସେପଟେ ଧର୍ମଶାଳା ପରି ଯାଜପୁରରେ ଚାଲିଥିବା କୁସୁମାକୁ ନେଇ ମଧ୍ୟ ବଡ ବିବାଦ ଛିଡା ହୋଇଛି । କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବଙ୍ଗଳାରେ ମଧ୍ୟ ବେଆଇନ୍ ଭାବେ ରଙ୍ଗଶାଳା ଚାଲିଥିବାର ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ଖୋଦ୍ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏଠାକୁ ବିଳମ୍ବିତ ରାତିରେ ଆସୁଥିବା କଥା କହିଥିଲେ ସ୍ଥାନୀୟ ବାସିନ୍ଦା । ସେପଟେ କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାର ଖର୍ଚ୍ଚକୁ ନେଇ ମୁହଁ ଖୋଲିନାହାନ୍ତି ସରକାରୀ ବାବୁ । ଧର୍ମଶାଳାର ବଲେବଲେ ଢାବା ଓ ଯାଜପୁରର କୁସୁମାକୁ ନେଇ ବଡ ବିବାଦ । ଏଠି ରାତିରେ ରଙ୍ଗୀନ ହେଉଥିଲେ ବାବୁ ଓ ନେତା । ଆଉ ନିଜର ମଉଜ ପାଇଁ କୋଟିକୋଟି ଟଙ୍କା ଅଜାଡି ଦେଇଥିଲେ ପ୍ରକଳ୍ପ ପାଇଁ । ଯାହାକୁ ନେଇ ଏବେ ତିଆରି ହୋଇଛି ବଡ ବିବାଦ । ଆଉ ପ୍ରଶ୍ନ ବେଆଇନ୍ କାମ କରିଥିବା ଏହି ନେତା ଓ ବାବୁ କେବେ ହେବେ ଗିରଫ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: