ପେଟି ପେଟି ମଦ ଜବତ । ମଦ ଜବତ ବେଳେ ବାହୁନି କାନ୍ଦିଲେ ବିକ୍ରେତାଙ୍କ ପତ୍ନୀ । ଗ୍ରାମର ଲୋକନାଥ ସାହୁ ଘରେ ନକଲି ବିଦେଶୀ ମଦ, ବିଅର ଓ ଅନ୍ୟାନ୍ୟ ମଦ ବିକ୍ରି କରୁଥିଲେ । ତେବେ ଖବର ପାଇ ଲୋକନାଥଙ୍କ ଘର ଉପରେ ଚଢାଉ କରିଥିଲେ ଅବକାରୀ ବିଭାଗ । ମାତ୍ର ଲୋକନାଥ ଓ ତାଙ୍କ ପତ୍ନୀ, ଘରେ ଦୁଇ ଜଣ ପିଲାଙ୍କ ସହ ରହିଥିବା ବେଳେ ଭିତର ପଟୁ ତାଲା ପକାଇ ଦେଇଥିଲେ । ତେବେ ଅବକାରୀ ଅଧିକାରୀ କବାଟ ତାଡି ଘର ଭିତରେ ପଶିଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଘରେ ବିକୁଥିଲେ ମଦ, ପୋଲିସ ଆସିବାରୁ ଖୋଲିଲେନି କବାଟ

ଅର୍ଗସ ବ୍ୟୁରୋ : ଘରେ ବିକୁଥିଲେ ନକଲି ଓ ଚୋରା ମଦ । ଅବକାରୀ ବିଭାଗ ଅଧିକାରୀ ଆସିବାରୁ ଖୋଲିଲେନି ଗେଟ । 2ଘଣ୍ଟା କାଳ ଘାଣ୍ଟି ହେଲେ ଅବକାରୀ ଅଧିକାରୀ । ଶେଷରେ କବାଟ ତାଡ଼ି ଭିତରେ ପଶିଲେ ଅବକାରୀ କର୍ମଚାରୀ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଲପୁର ଗାଁରେ ଘଟିଛି ଏଭଳି ଘଟଣା ।
Download Argus News App
