ତେବେ ତାଙ୍କ ଆତ୍ମହତ୍ୟାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ୍ର ତଦନ୍ତ ପରେ ଏହା ଜଣାପଡିବ। ତେବେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆତ୍ମହତ୍ୟା। ସେ ପାରିବାରିକ କଳହ ପାଇଁ ହେଉ ଅଥବା ମାନସିକ ଅବସାଦ ପାଇଁ ହେଉ ରାଜ୍ୟରେ ପ୍ରତ୍ୟେକ ଦିନ ଆତ୍ମହତ୍ୟାରୁ ଖବର ବୈଦୁତିକ ଗଣମାଧ୍ୟମ ଏବଂ ନ୍ୟଜ୍ ପେପରମାନଙ୍କରେ ସିରୋନାମାରେ ପ୍ରକାଶ ପାଉଛି ।
ରଶିରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଛେଣ୍ତିପଦା ଖମାର ଗାଁରେ ପାରିବାରିକ କଳହର କରୁଣ ପରିଣତି। ରଶିରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ମୃତକ ମହିଳା ଜଣଙ୍କ ଗୀତାଞ୍ଜଳୀ ଗଡନାୟକ । ଗଣେଶ୍ବରଙ୍କ ପରିବାରରେ ବିଭିନ୍ନ କାରଣରୁ ବାରମ୍ବାର କଳହ ହେଉଥିବା ବେଳେ ଆଜି ଗୀତାଞ୍ଜଳୀ ଘରେ କେହି ନଥିବା ସମୟରେ ଘର ଫ୍ୟାନ୍ ରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଫଳରେ ଖବର ପାଇ ବାଗୋଡିଆ ଫାଣ୍ତି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ଅଧିକ ଛାନଭିନ୍ ଜାରି ରଖିଛନ୍ତି ।
Download Argus News App
