ଯାହା ପାଇଁ ରାଧାମଣିଙ୍କ ପରିସ୍ରା ସମୟରେ ମଳ ଆସୁଥିବା ଓ ଅଧିକ କଷ୍ଟ ଅନୁଭବ ହେଉଥିବା ନେଇ ରାଧାମଣୀ ବାରମ୍ବାର ପପୁଲାରକୁ ଚିକିତ୍ସା ପାଇଁ ଆସିବା ପରେ କୌଣସି ସମାଧାନ ହୋଇପାରିନଥିଲା। ଯାହାକୁ ନେଇ ପରିବାର ଲୋକେ ଶୁକ୍ରବାର ପପୁଲାର ନର୍ସିଙ୍ଗହୋମ ଆଗରେ ପ୍ରତିବାଦ କରିଛନ୍ତି। ଏହାକୁ ନେଇ ସାଧାରଣ ଜନତା ପପୁଲାର ବିରୁଦ୍ଧରେ ସମାଲୋଚନା କରିଛନ୍ତି। ମହିଳାଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି ଏବଂ ନ୍ୟାୟ ଭିକ୍ଷା କରିଛନ୍ତି। ଏସମ୍ପର୍କରେ ଘରୋଇ ଡାକ୍ତରଖାନାର କତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଡାକ୍ତରଙ୍କ ଭୁଲ ଅସ୍ତ୍ରପରୀକ୍ଷା ପାଇଁ ଫସିଗଲେ ମହିଳା

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଛତୁ ଫୁଟିବା ପରି ଗଢି ଉଠିଛି ନର୍ସିଙ୍ଗହୋମ। ବେଆଇନ ଭାବେ ଚିକିତ୍ସା ନାଁ ଗରିବ ଜନସାଧାରଣଙ୍କୁ ଠକେଇ କରୁଛି ଘରେଇ ହସ୍ପିଟାଲ। ଯାହାକୁ ନେଇ ବୃଦ୍ଧି ପାଉଛି ଅସନ୍ତୋଷ। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ପପୁଲାର ନର୍ସିଙ୍ଗହୋମ ବିରୁଦ୍ଧରେ ଆସିଛି ସଂଗୀନ ଅଭିଯୋଗ। ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତର ରାଧାମଣି ମଣ୍ଡଳ ନାମକ ଜଣେ ମହିଳା ପ୍ରସବ ପାଇଁ ଗତ ଜାନୁୟାରୀ 15ତାରିଖରେ ପପୁଲାରନର୍ସିଙ୍ଗ ହୋମ କୁ ଯାଇଥିଲେ। ସେଠାରେ ତାଙ୍କ ପ୍ରସବ ହୋଇଥିଲା ତେବେ ଅସ୍ତ୍ରପ୍ରଚାର ସମୟରେ ତାଙ୍କ ପରିସ୍ରାଦ୍ଵାର ଓ ମଳଦ୍ଵାରକୁ ଡାକ୍ତର ଭୁଲ ଅପରେସନ କରିଥିଲେ।
Download Argus News App
