ହାତଟି ସମ୍ପୂର୍ଣ୍ଣ ଭାବେ କଟିଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଫ୍ୟାକ୍ଟ୍ରି କାମ କରିବା ପାଇିଁ ଶ୍ରମିକ ମାନଙ୍କ ପାଇିଁ କୈାଣସି ପ୍ରକାରର ସେଫ୍ଟି ସାମଗ୍ରୀ ବ୍ୟବହାର କରାଯାଇନଥିଲା । ଯାହାଫଳରେ ମହିଳା ଶ୍ରମିକଙ୍କ ହାତ କଟିଯିବାର ଜଣାପଡିଛି । ପ୍ରତ୍ୟେକ ଦିନ ଶ୍ରମିକମାନେ ଏହିଭଳି ଭାବରେ କାମ କରୁଛନ୍ତି ବୋଲି ଜଣାପଡିଛି ।
ଇଟାଭାଟିରେ ହାତ କଟି ମହିଳା ଶ୍ରମିକ ଗୁରୁତର

ଢେଙ୍କାନାଳ: ଇଟାଭାଟିରେ ହାତ କଟି ମହିଳା ଶ୍ରମିକ ଗୁରୁତର । ଗୁରୁତର ମହିଳା ହେଲେ କଙ୍କଡ଼ାହାଡ଼ ଥାନା ଉର୍ବେଙ୍ଗି ଗ୍ରାମର ସୁରୁବାଲି ବାନସିଂହ । ମହିଳା ଶ୍ରମିକ ଜଣଙ୍କ ଫ୍ୟାକ୍ଟ୍ରିରେ କାମ କରୁଥିବାବେଳେ ଅସାବଧାନଧତା ବସତଃ ହାତଟି ମେସିନ ବେଲ୍ଟ ଭିତରକୁ ପଶିଯାଇଥିଲା । କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
Download Argus News App
