ବୟସ ମାତ୍ର ୩୫, ଏଇ ବୟସରେ ତାଙ୍କର ଚାଷପ୍ରତି ତାଙ୍କ ଭଲପାଇବା ତାଙ୍କୁ ଦେଇଛି ନୂଆ ପରିଚୟ,ନିଜେ ସ୍ବାବାଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ନିଜର ୧୯ଗୁଣ୍ଠ ଜମିରେ ଫଳାଇଛନ୍ତି ବିଭିନ୍ନ ପ୍ରକାରର ସବୁଜ ପନିପରିବା l ଆଉ ଏହି ସବୁଜ ପନିପରିବା ଚାଷ କରି ମାସକୁ ୮୦ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ସେ । ଏହି ଚାଷ ପାଇଁ ରାସାୟନିକ ସାର ଓ ବିଷ ବ୍ୟବହାର ନକରି ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପନିପରିବା ଉତ୍ପାଦନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାର ଚାହିଦା ମଧ୍ୟ ବଢିଚାଲିଛି। କ୍ଷେତରୁ ଉତ୍ପାଦିତ ପନିପରିବା ମାର୍କେଟ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ସଚ୍ଚିନ୍ଦ୍ର। କେବଳ ପନିପରିବା ନୁହେଁ ମାଛ ଚାଷରୁ ମଧ୍ୟ ଭଲ ଦୁଇ ପଇସା କମାଉଛନ୍ତି ଯୁବଚାଷୀ ଜଣଙ୍କ। କୃଷି ବିଭାଗ ଚାଷପ୍ରତି ଆନ୍ତରିକ ରଖିବା ସହ ଚାଷୀଙ୍କୁ ସହାୟତା ଯୋଗଇଦେଲେ ଆହୁରୀ ଭଲ ଚାଷ ହୋଇପାରନ୍ତା ବୋଲି କହିଛନ୍ତି ସଚ୍ଚିନ୍ଦ୍ରଙ୍କ ଭାଇ ହେମେନ୍ଦ୍ର ଦାସ ଏବଂ ସ୍ଥାନୀୟ ବାସିନ୍ଦା ।ସରକାର ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେଲେ ଚାଷୀଙ୍କ ଓଠରେ ଫୁଟନ୍ତା ହସ