ସୂଚନା ଅନୁସାରେ ଆଜି ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା । ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍ ବ୍ୟାଟରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା । ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ । ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇ ପୁଲିସ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।