ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଲକଡାଉନ ଏବଂ ସଟଡାଉନ କରାଯାଉଛି। ଏଭଳି ସ୍ଥିତିରେ ଅନେକ ଲୋକ ଚୋରୀ କରୁଥିବା ନଜିର ରହିଛି।
ଜୋମାଟୋ ଡ୍ରେସ୍ ପିନ୍ଧି ମଦ ବିକୁଥିବା ଅଭିଯୋଗରେ ଜଣେ ଗିରଫ

କଟକ: ଜୋମାଟୋ ଡ୍ରେସ୍ ପିନ୍ଧି ମଦ ବିକୁଥିବା ଅଭିଯୋଗରେ ଜଣେ ଗିରଫ। କଟକ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ଜୋମାଟୋ ଡେଲିଭରି ବଏ ରୂପରେ ମଦ ବିକୁଥିବା ଖବର ପାଇ ପୋଲିସ ଜଣଙ୍କୁ ଗିରଫ କରି ତା ନିକଟରୁ ପାଖାପାଖି ୨୦ ଲିଟର ମଦ ସହ ବାଇକ ଜବତ କରାଯାଇଛି। ଗିରଫ ଯୁବକ ଜଣକ ହେଉଛି କଟକ ତୁଳସୀପୁରର ପ୍ରଶାନ୍ତ ସାହୁ। ବର୍ତ୍ତମାନ ତାକୁ ଅଧିକ ପଚରାଉଚରା କରୁଛି ମାଲଗୋଦାମ ଥାନା ପୋଲିସ।
Download Argus News App
