ମିଳିଥିବା ସୂଚନା ଅନୁଯାୟୀ ପୁଅ ଅଗସ୍ତ୍ୟ ଏବେ ମୁମ୍ବାଇରେ ଥିବା ଜଣାପଡିଛି। ଛାଡପତ୍ର ପରେ ନତାଶା ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ। କିନ୍ତୁ ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଜଣାପଡିଛି। ହାର୍ଦ୍ଦିକଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଂଖୁଡ଼ି ଶର୍ମା ଅଗସ୍ତ୍ୟର ଫଟୋ ସେୟାର କରିବା ସହ ନିଜ ପୁଅ କବୀରଙ୍କ ସହ ଏକ କ୍ୟୁଟ୍ ଭିଡିଓ ମଧ୍ୟ ସେୟାର କରିଛନ୍ତି। କିନ୍ତୁ ନତାଶା ମୁମ୍ବାଇରେ ଅଛନ୍ତି ନା ସର୍ବିଆ ଚାଲି ଯାଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଦୋଖିବାକୁ ଗଲେ ୨୦୨୦ରେ ହାର୍ଦ୍ଦିକ ଓ ନତାଶାଙ୍କ ହାତ ଧରିଥିଲେ,୨୦୨୩ରେ ପୁଣି ଥରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କରିଥିଲେ । କ୍ରିକେଟର ଗୁଡ୍ ବୟ,ପ୍ରେମରେ କିନ୍ତୁ ବେଡ ବୟ ହାର୍ଦ୍ଦିକ କିନ୍ତୁ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବ୍ୟକ୍ତିଗତ ଲାଇଫକୁ ନେଇ ତ ଆଉ କେତେବେଳେ କ୍ରିକେଟର ବୃତ୍ତିଗତ ଲାଇଫ ଲାଇନକୁ ନେଇ ସବୁବେଳେ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ ।