ଗୁଜରାଟ୍ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩ଟି ଚୌକା ସହାୟତରେ ୩୭ ରନ୍ ଯୋଡ଼ିଥିଲେ । ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ଶାହ ଓ ଡେଭିଲ ମିଲରଙ୍କ ବ୍ୟାଟ୍ରୁ ୨୧ ରନ୍ ଲେଖାଏଁ କରିଥିଲେ । ଅନ୍ୟ ବ୍ୟାଟରମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚାହର, ମୁସ୍ତାଫିଜୁର ରହମାନ ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ ଖେଳ ଖବର
ପ୍ରଥମେ ଗୁଜରାଟ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଓ ରଚିନ୍ ରବୀନ୍ଦ୍ର ଚେନ୍ନାଇର ପାଳି ଆରମ୍ଭ କରିଥିଲେ । ଉଭୟ ଋତୁରାଜ ଓ ରଚିନ୍ ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ର ଭାଗିଦାରୀ କରିଥିଲେ। ଗୁଜରାଟ୍ ତରଫରୁ ରସିଦ୍ ଖାନ୍ ବିସ୍ଫୋରକ ବ୍ୟାଟର ରଚିନ୍ଙ୍କୁ ପ୍ରଥମେ ଆଉଟ୍ କରିଥିଲେ ।