କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ବିଶ୍ୱକପ ବିଜୟ ଭାର ମୁକ୍ତ ଭଳି ଥିଲା । ୨୦୦୭ ମସିହାରେ ଦ୍ରାବିଡଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦ୍ରାବିଡ ଟିମ ଇଣ୍ଡିଆର ଟ୍ରଫି ବିଜୟ ପରେ କହିଛନ୍ତି ଯେ, ସେ ଏହିସବୁ ପୂର୍ବ କଥାକୁ ସେତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ଖେଳାଳି ବିଶ୍ୱକପ ଜିତି ପାରନ୍ତି ନାହିଁ।
ମାତ୍ର ସେ ଭାଗ୍ୟଶାଳୀ ଯେ ଟିମ୍ ଇଣ୍ଡିଆର କୋଚ ପଦ ପାଇ ଭାରତକୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବିଶ୍ୱ ବିଜେତା କରାଇ ପାରିଛନ୍ତି । ତାହା ସହ ଏଭଳି ସୂର୍ଣ୍ଣିମ ମୁହୂର୍ତ୍ତର ମୁକସାକ୍ଷୀ ହୋଇ ପାରିଛନ୍ତି। ରାହୁଲ ଆଉ ମଧ୍ୟ କହିଛନ୍ତି ମ୍ୟାଚରେ ତ ହାର ଜିତ ଲାଗିରହିବ। ମୁଁ ସାଉଥ ଆଫ୍ରିକା ଖେଳାଳିଙ୍କ ପାଇଁ ଦୁଃଖିତ। କାରଣ ସେମାନେ ଭଲ ଖେଳିଥିଲେ। ମ୍ୟାଚ ପୁରା କଣ୍ଟେଷ୍ଟ ଥିଲା। କିନ୍ତୁ ଏହା ମୋର ମୋ ଟିମ ସହ ଶେଷ ମ୍ୟାଚ ଥିବାରୁ ମନ ଭିତରେ ବିଶ୍ବକପକୁ ନେଇ ଏକ ସ୍ବପ୍ନ ଥିଲା। ଆଉ ତାକୁ ମୋ ଟିମ ଖେଳାଳି ପୁରା କରିଦେଲେ। ମୁଁ ବହୁତ ଖୁସି।
ତାଙ୍କୁ ରୋହିତ ଓ ଏ ଦଳ ସହ କାମ କରି ବେଶ ଖୁସି ମିଳିଛି ବୋଲି ମଧ୍ୟ କୋଚ ରାହୁଲ ଦ୍ରାବିଡ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ଯାତ୍ରା ବହୁତ ସୁନ୍ଦର ଲାଗିଲା, ଯାହାର ସେ ଭରପୁର ମଜା ନେଲେ ବୋଲି ମଧ୍ୟ ରାହୁଲ ଜଣାଇଛନ୍ତି । ସେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ଖୁସି ଜାହିର କରିଛନ୍ତି। ମୁଁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରୋହିତଙ୍କ କ୍ୟାପଟେନସିକୁ ଭୁଲିବି ନାହିଁ। ଆଉ ଟିମରେ କୋହଲିଙ୍କ ପ୍ରଦର୍ଶନକୁ କେବେ ଭୁଲିପାରିବି ନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର