2014 ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟି – ଟ୍ୱେଣ୍ଟି ଏବଂ ଦିନିକିଆ କ୍ରିକେଟରେ ବହୁ ରନ କରିଥିଲେ ବିରାଟ । ମାତ୍ର 2014 ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସ୍ଵିଙ୍ଗ ବଲକୁ ଖେଳିବାରେ ବିଫଳ ହୋଇଥିଲେ ବିରାଟ । ଏହି ସିରିଜରେ ବିରାଟ 5 ଟି ଟେଷ୍ଟ ମ୍ୟାଚରୁ ମାତ୍ର 134 ରନ ସ୍କୋର କରିଥିଲେ. ଏହି ସିରିଜରେ ଇଂଲଣ୍ଡ ଫାଷ୍ଟ ବୋଲର ଜେମସ ଅଣ୍ଡାରସନ ତାଙ୍କୁ ବହୁଵାର ଆଉଟ କରିଥିଲେ ।
ଏହାପରେ ବିରାଟ ତାଙ୍କର ଖେଳରେ ସୁଧାର ଆଣିବା ନିମନ୍ତେ ବହୁ ପରିଶ୍ରମ କରିଥିଲେ. ଭାରତୀୟ କୋଚ ରବି ଶାସ୍ତ୍ରୀଙ୍କ ଠାରୁ ପରାମର୍ଶ ନେଇ ନିଜ ସଟ ଗୁଡିକ ଉପରେ କଣ୍ଟ୍ରୋଲ କରିପାରିଥିଲେ ବିରାଟ । ଏହା ସହ ଟେଷ୍ଟ ମ୍ୟାଚରେ ଫାଷ୍ଟ ବୋଲର ମାନଂକୁ ସ୍ଵିଙ୍ଗ କଣ୍ଡିସନରେ କିପରି ସାମ୍ନା କରାଯିବ ସେ ଦିଗରେ କାର୍ଯ୍ୟ କରିଥିଲେ ।
ଏହି 2014 ଟେଷ୍ଟ ସିରିଜର ବିଫଳତା ପରେ ଆଉ ପଛକୁ ଚାହିଁ ନାହାନ୍ତି ବିରାଟ । ଏହି ସିରିଜ ପରେ ସେ ଖେଳିଥିବା 57 ଟି ଟେଷ୍ଟ ମ୍ୟାଚରୁ 60.12 ଆଭରେଜରେ 5385 ରନ ସ୍କୋର କରିଛନ୍ତି । ଯେଉଁଥିରେ 21 ଟି ଶତକ ଏବଂ 13 ଟି ଅର୍ଦ୍ଧଶତକ ସାମିଲ ହୋଇଛି ।