ଚଳିତ ବର୍ଷ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ ବିଜେତା ଦଳକୁ ଆଇସିସି ୨.୩୪ ମିଳିୟନ ଡଲାର ପ୍ରଦାନ କରିବ। ୨୦୨୩ ତୁଳନାରେ ଏହା ୧୩୪% ଅଧିକ। ୨୦୨୩ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କେବଳ ୧ ମିଲିୟନ ଡଲାର ମିଳିଥିଲା।ବିଶ୍ୱକପର ରନର୍ସ ଅପ ଦଳକୁ ପୂର୍ବରୁ ୫୦୦,୦୦୦ ଡଲାର ମିଳୁଥିବା ବେଳେ ଏଥର ୧.୧୭ ମିଲିୟନ ଡଲାର ମିଳିବ।
୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ମୋଟ ୭,୯୫୮,୦୮୦ ଡଲାରର ବ୍ୟବସ୍ଥା କରିଛି। ଏହା ୨୦୨୩ର ୨.୪୫ ମିଲିୟନ ଡଲାର ଠାରୁ ୨୨୫ ପ୍ରତିଶତ ଅଧିକ। ଆଇସିସିର ଚେୟାରମ୍ୟାନ ଗ୍ରେଗ ବାର୍କଲେ କହିଛନ୍ତି, ଏହା ଆମ ଖେଳର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୋତେ ଖୁସି ଲାଗୁଛି, ଆଇସିସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ବର୍ତ୍ତମାନ ସମାନ ଭାବେ ପୁରସ୍କୃତ କରାଯିବ। ଆଇସିସିର ପ୍ରଶଂସା କରି ବିସିସିଆଇ ସଚିବ ଜୟ ଶାହ ଟ୍ୱିଟରରେ ଲେଖିଛନ୍ତି ଏକ ନୂଆ ସକାଳର ଆରମ୍ଭ। ସମାନତା ଏବଂ ସଶକ୍ତିକରଣର ଯୁଗ