ସୂଚନା ଅନୁସାରେ, ସୂର୍ଯ୍ୟକୁମାର ଯାଦବଙ୍କୁ ସୁସ୍ଥ ବୋଲି ଘୋଷଣା କରିଛି ନେସନାଲ କ୍ରିକେଟ ଏକାଡେମୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆହତ ହୋଇ ୩ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିଥିଲେ ସୂର୍ଯ୍ୟକୁମାର । କିନ୍ତୁ ବର୍ତ୍ତମାନ ଆଇପିଏଲ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଆଇପିଏଲ ପୂର୍ବରୁ ହୋଇଥିବା ଫିଟନେସ ଟେଷ୍ଟରେ ସେ ଶତ ପ୍ରତିଶତ ସୁସ୍ଥ ଅନୁଭବ କରୁ ନଥିଲେ । ତେଣୁ ଆଉ କିଛି ଦିନ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ସମୟରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ତାଙ୍କର ସ୍ପୋର୍ଟସ ହାର୍ଣ୍ଣିଆ ସର୍ଜରୀ କରାଯାଇଥିଲା । ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ୍ ପଡ଼ିବା ସହ ଆଇପିଏଲର ପ୍ରଥମ ୩ଟି ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।