ଅଧିକ ପଢନ୍ତୁ : ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଭାରତ ବଡ଼ ବିଜୟ
ରୋହିତ ଶର୍ମାଙ୍କ ଟିମ ଏବେ ଆଇସିସି ରାଙ୍କରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏହାସହ ଏକା ସମୟରେ ଟି ୨୦ ଓ ଓ୍ବାନ୍ ଡେ ରେ ମଧ୍ୟ ଭାରତକୁ ଶୀର୍ଷ ସ୍ଥାନ ମିଳିଛି । ଗତ ଜାନୁଆରୀ (୨୫-୨୯)ରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାଜୟ ବରଣ କରିଥିଲା । ମାତ୍ର ଏହାପରେ କ୍ରମାଗତ ୪ଟି ମ୍ୟାଚ ଜିତି ଭାରତ କମବ୍ୟାକ କରି ରୋମାଞ୍ଚକର ଶୈଳୀରେ ୪-୧ରେ ସିରିଜ୍ ଜିତିପାରିଥିଲା । ଗୋଟିଏ ଟିମ୍ ପ୍ରଥମ ଟେଷ୍ଟରେ ହାରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ ଜିତିବା ଏପରି ଘଟଣା ବିଶ୍ୱ ଟେଷ୍ଟ କ୍ରିକେଟରେ ମାତ୍ର ତିନି ଥର ଘଟିଛି ।